Breaking NewsFeaturedଭାଇରାଲ୍ ଭିଡିଓମନୋରଞ୍ଜନ

ଲୋକଙ୍କୁ ଉପରୁ ଆଶୀର୍ବାଦ କରୁଛନ୍ତି ପବନ ପୁତ୍ର ହନୁମାନ ।

ଆକାଶରେ ଉଡୁଛନ୍ତି ହନୁମାନ । ଆପଣ ପୂର୍ବରୁ ଏମିତି ଦୃଶ୍ୟ ଟିଭି କିମ୍ବା କେଉଁ ଭିଡିଓରେ ଦେଖିଥିବେ । ରାମାୟଣରେ କିଭଳି ଭାବରେ ଉଡୁଥିଲେ ହନୁମାନ । ହାତ ଗୋଡ ସମାନ୍ତରାଳରେ ରଖି ଉଡୁଥିଲେ ବଜରଙ୍ଗବାଲୀ ଏଥିପାଇଁ ତାଙ୍କୁ ପବନ ପୁତ୍ର ବୋଲି କୁହାଯାଏ । କିନ୍ତୁ ବର୍ତମାନ ସମୟରେ ଯଦି ଆପଣଙ୍କୁ କୁହାଯାଏ କି ଆକାଶରେ ହନୁମାନ ଉଡୁଛନ୍ତି । ଆଉ ଉପରୁ ଲୋକଙ୍କୁ କରୁଛନ୍ତି ଆଶୀର୍ବାଦ । ଯାହାକୁ ଦେଖିବା ପାଇଁ ଶହଶହ ଲୋକଙ୍କ ହୋଇଛି ସମାଗମ ।

କଥାଟା ଆପଣଙ୍କୁ ଆଶ୍ଚଯ୍ୟ ଲାଗୁଥିବ ନିଶ୍ଟୟ । ଆଜ୍ଞା ହଁ କଥାଟା ସତ । ଆପଣ ଟିକେ ଏହି ଭିଜୁଆଲ ଉପରେ ନଜର ପକାନ୍ତୁ । କେମିତି ପବନ ପୁତ୍ର ହନୁମାନ ଉଡି ବୁଲୁଛନ୍ତି ଆକାଶରେ । ଏଠାରେ କହି ରଖୁଛି ଯେ ଇଏ ହେଉଛି ଏକ ଡ୍ରୋନର ଦୃଶ୍ୟ । ଆକାଶରେ ଉଡିବୁଲୁଛି ହନୁମାନଙ୍କ ଶରୀର ଆକୃତିର ଡ୍ରୋନ । ଅତି ସୁନ୍ଦର ଭାବରେ ଉପରେ ଡିବା ସହ ଲୋକଙ୍କୁ ଆର୍ଶୀବାଦ ପ୍ରଦାନ କଲା ଭଳି ମନେ ହେଉଛି । ତେବେ ଡ୍ରୋନରେ ବନ୍ଧା ହୋଇଥିବା ହିନ୍ଦୁ ଭଗବାନ ହନୁମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏ ଦୃଶ୍ୟ ହେଉଛି ଛତିଶଗଡ ଅମ୍ବିକାପୁରର ।

ସୁଟିଂ କରାଯାଉଥିବା ଏକ କ୍ଲିପରେ ପ୍ରଭୁ ହନୁମାନଙ୍କ ଉଡାଣଙ୍କୁ ମନେ ପକାଇ ଡ୍ରୋନକୁ ଆକାଶରେ ଛାଡିଥିବା ଲୋକଙ୍କୁ ଦର୍ଶାଯାଇଛି । ଦଶହରା ଉତ୍ସବ ଅବସରରେ ଏହି ଡ୍ରୋନ ଭିଡିଓ ସାମ୍ନାକୁ ଆସିଛି । ଆଉ ଏହି ଡ୍ରୋନଟିର ନା ହନୁମାନ ଡ୍ରୋନ ରଖାଯାଇଛି । ଏହି ଭିଡିଓ ଟି ପ୍ରଥମେ ଇନ୍ଷ୍ଟାଗ୍ରାମରେ ଭିନାଲ ଗୁପ୍ତାଙ୍କ ଦ୍ୱାରା ସେୟାର କରାଯାଇଛି । ଯିଏ ଜଣେ ଫଟୋଗ୍ରାଫର । ତେଣୁ ଏଭଳି ହନୁମାନ ଡ୍ରୋନ ମାଧ୍ୟମରେ ସହରର ଆକର୍ଷଣୀୟ ଚିତ୍ରକୁ ବି ଉତୋଳନ କରିଛନ୍ତି । ଉଡାଉଛନ୍ତି ଏହି ନାଁ କୁ ଆପଣ ଶୁଣିଥିବେ ନିଶ୍ଚୟ । ଯାହା ମାଧ୍ୟରେ କରାଯାଇଥାଏ ଭିଡିଓଗ୍ରାଫି ।

Related Articles

Back to top button
WP Twitter Auto Publish Powered By : XYZScripts.com