ଜାତୀୟରାଜନୀତି

ରାଜ୍ୟସଭାର ୧୯ ବିରୋଧୀ ସାଂସଦ ସପ୍ତାହ ଯାଏଁ ନିଲମ୍ୱିତ

ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୯ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ  ଏଜେନ୍ସି ଗୁଡିକର କାର୍ଯ୍ୟପନ୍ଥାକୁ ନେଇ ଏହି ସବୁ ସାଂସଦ ପ୍ରଶ୍ନ ଉଠାଇଥିଲେ । ପ୍ରଶ୍ନକାଳ ଏସବୁ ପ୍ରସଙ୍ଗ ଉପରେ ଆଲୋଚନା ଉପରେ ଉଚିତ ସମୟ ନୁହେଁ । ପରେ ଏହା ଉପରେ ଆଲୋଚନା କରାଯିବା ଉଚିତ ବୋଲି ଗୃହର ଅଧ୍ୟକ୍ଷ କହିଥିଲେ । କିନ୍ତୁ ସାଂସଦମାନେ ଏଥିପ୍ରତି ଧ୍ୟାନ ନଦେଇ ପାଟିତୁଣ୍ଡ ଓ ହଟ୍ଟ ଗୋଳ ଜାରି ରଖିଥିଲେ । ବାରମ୍ବାର ନିବେଦନ ପରେ ବି ପରିସ୍ଥିତିରେ ସୁଧାର ନ ଆସିବାରୁ  ଏହି ସବୁ ସାଂସଦଙ୍କୁ  ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।  ନିଲମ୍ବିତଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସ ଓ ଡିଏମକେର ସୁସ୍ମିତା ଦେବ, ଡ. ଶାନ୍ତନୁ ସେନ୍, ଡୋଲା ସେନ୍,   ଶାନ୍ତି ଛେତ୍ରି, ମୋହମ୍ମଦ ଅବଦୁଲ୍ଲା, ଏଏ ରହିମ୍, ଏଲ ଯାଦବ, ଶିବାଦାସନ, ଅବୀର ରଂଜନ ବିଶ୍ୱାସ, ଓ ନଦୀମୂଲ ହକ୍ ପ୍ରମୁଖ ସାଂସଦ ।

Related Articles

Back to top button
WP Twitter Auto Publish Powered By : XYZScripts.com