ଜାତୀୟ

ଅର୍ପିତା ମୁଖାର୍ଜୀଙ୍କ ବଡ଼ ଖୁଲାସା

ଅର୍ପିତା ମୁଖାର୍ଜୀଙ୍କ ବଡ଼ ଖୁଲାସା । ପାର୍ଥ ଚାଟାର୍ଜୀ ତାଙ୍କ ଘରକୁ ‘ମିନି ବ୍ୟାଙ୍କ’ ଭାବରେ ବ୍ୟବହାର କରୁଥିବା କହିଛନ୍ତି ଅର୍ପିତା । ପୁରା ରାଶି ତାଙ୍କ ଘରର ଏକ କୋଠରୀରେ ରଖାଯାଇଥିଲା । ଯେଉଁଠାରେ କେବଳ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଲୋକମାନେ ପ୍ରବେଶ କରିବାକୁ ଅନୁମତି ଥାଏ । ପ୍ରତି ସପ୍ତାହରେ କିମ୍ବା ୧୦ ଦିନରେ ଥରେ ପାର୍ଥ ଚାଟାର୍ଜୀ ତାଙ୍କ ଘରକୁ ଆସୁଥିଲେ । ମୋ ଘର ବ୍ୟତୀତ ପାର୍ଥ ଅନ୍ୟ ଜଣେ ମହିଳାଙ୍କ ଘରକୁ ମିନି ବ୍ୟାଙ୍କ ଭାବରେ ବ୍ୟବହାର କରୁଥିଲେ । ଅନ୍ୟ ମହିଳା ମଧ୍ୟ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ବନ୍ଧୁ। କୋଠରୀରେ କେତେ ଟଙ୍କା ରଖାଯାଇଥିଲା ମନ୍ତ୍ରୀ ତାଙ୍କୁ କେବେ କହି ନାହାଁନ୍ତି । ୨୦୧୬ରେ ଜଣେ ବଙ୍ଗୀୟ ଅଭିନେତା ତାଙ୍କୁ ପାର୍ଥ ଚାଟାର୍ଜୀଙ୍କ ସହ ପରିଚିତ କରାଇଥିଲେ । ସେବେଠାରୁ ଉଭୟ ପରସ୍ପରର ନିକଟତର ହୋଇଥିଲେ । ପଚରାଉଚରା ବେଳେ ଅର୍ପିତା ସ୍ୱୀକାର କରିଛନ୍ତି ଯେ ଟ୍ରାନ୍ସଫର ପୋଷ୍ଟିଂ ବଦଳରେ ତଥା କଲେଜ ମାନ୍ୟତା ପାଇବା ପାଇଁ ଲାଞ୍ଚ ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com