ଜାତୀୟ

ଦେଶରେ ୫ଜି ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଯାଇଛି ନିଲାମି ପ୍ରକ୍ରିୟା

ବହୁ ପ୍ରତୀକ୍ଷା ପରେ ଦେଶରେ ୫ଜି ପ୍ରତିଷ୍ଠା ସ୍ବପ୍ନ ପୂରଣ ହେବାକୁ ଯାଉଛି । ଏଥିପାଇଁ ଆରମ୍ଭ ହୋଇଗଲାଣି ନିଲାମି ପ୍ରକ୍ରିୟା  । ଯଦି ଆହୁରି ସ୍ପ୍ରେକ୍ଟମ ଡିମାଣ୍ଡ ଆସେ ତେବେ ଆଜି ମଧ୍ୟ ନିଲାମି ଡକାଯାଇପାରେ  । ପ୍ରଥମ ଦିନ ଚାରୋଟି ରାଉଣ୍ଡ ସୁଦ୍ଧା ୧.୪୫ ଲକ୍ଷ କୋଟିରୁ ଅଧିକ ଟଙ୍କା ନିଲାମୀ ଡକାଯାଇଛି । ୫ଜି ନିଲାମୀରେ ସରକାରଙ୍କୁ ୧.୦୯ ଲକ୍ଷ କୋଟି ଟଙ୍କା ସରକାରଙ୍କୁ ମିଳିବା ନେଇ ବିଶେଷଜ୍ଞ ଅନୁମାନ କରିଥିଲେ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଟେଲିକମ କମ୍ପାନୀ  । ନିଲାମ ପ୍ରକ୍ରିୟାରେ ଅମ୍ବାନୀଙ୍କ ରିଲାଏନ୍ସ ଜିଓ, ମିତ୍ତଲଙ୍କ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଓ ଆଦାନୀ ଗ୍ରୁପର ଏକ ଫାର୍ମ ଭାଗ ନେଇଛନ୍ତି  । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ୫ଜି ଆବଣ୍ଟନ ପୂରଣ ହେବ । ୨୦୨୨ ଶେଷ ସୁଦ୍ଧା ଦେଶର ଅଧିକାଂଶ ସହରରେ ୫ଜି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ଦୂର ସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ  । ଆସନ୍ତାକାଲି ପଞ୍ଚମ ପର୍ଯ୍ୟାୟ ନିଲାମୀ ଆରମ୍ଭ ହେବ । ୩୩୦୦ ମେଗାୱାଟ ଓ ୨୬ ଗୀଗାୱାଟ ବ୍ୟାଣ୍ଡକୁ ନେଇ ନିଲାମକାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା  । ସେହିପରି ୭୦୦ ମେଗାୱାଟ ବ୍ୟାଣ୍ଡକୁ ନେଇ ମଧ୍ୟ ନିଲାମ ଡକାଯାଇଛି  । ସରକାର ରେକର୍ଡ ସମୟ ମଧ୍ୟରେ ନିଲାମ ଡାକି ସେପ୍ଟେମ୍ବର ସୁଦ୍ଧା ୫ଜି ସେବା ଯୋଗାଇ ଦେବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି  ।

Related Articles

Back to top button
WP Twitter Auto Publish Powered By : XYZScripts.com