ଓଡ଼ିଶା

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପିତ

ଛତ୍ରପୁର, ୨୮/୦୭/୨୦୨୨- ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ଖସଡା ଉପସ୍ଥାପନ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୌଣସି ବି ଶିଶୁ ଯେପରି ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହୁଏ ଏବଂ ଶିଶୁ ମାନଙ୍କ ନିମନ୍ତେ ରହିଥିବା  ଆଇନଗତ ବ୍ୟବସ୍ଥା ଦିଗରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ନେଇ କାର୍ଯ୍ୟକରୁଥିବା ବିଭିନ୍ନ ବିଭାଗ ମାନ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଥିବା ମିଶନ୍ ବାତ୍ସଲ୍ୟ ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଏକ ମଡେଲ୍ ଶିଶୁ ସୁରକ୍ଷା ଖସଡାକୁ ପରାମର୍ଶ ଦାତା ଅଜୟ କୁମାର ତ୍ରିପାଠୀ ଉପସ୍ଥାପନ କରିଥିଲେ । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଇଁ ପରିବାରର ଆବଶ୍ୟକତା ରହିଅଛି । ସେ ଦିଗରେ ଜିଲ୍ଲାରେ ଦିଆ ଯାଉଥିବା ପ୍ରତିପାଳନ ଯତ୍ନ, ପୃଷ୍ଟ ପୋଷକତା, ଆର୍ଥିକ ସହାୟତା, ରକ୍ତଗତ ସମ୍ପର୍କିତ ଯତ୍ନ, ପୋଷ୍ୟ ସନ୍ତାନ ଓ ଆନୁଷ୍ଠାନିକ ଯତ୍ନ ବିଷୟରେ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  କୀର୍ତି ଭାସନ ଭି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଶିଶୁ ସୁରକ୍ଷା ସଦସ୍ୟା ସା.ଏଚ୍. ଜ୍ୟୋତି କୁମାରୀ, ଜେଜେବି ସଦସ୍ୟ ବିଭୁ ପ୍ରସାଦ ସାମନ୍ତ ରାୟ, ଅମୀୟ କୁମାର ତ୍ରିପାଠୀ, ଅଳକା ମିଶ୍ର, ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ସି. ଆର୍. ଏସ୍.ର ସଂଯୋଜକ ମନୋରଞ୍ଜନ ଦାଶ, ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com