ଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ
୪୪ ତମ ଚେସ୍ ଅଲିମ୍ପିୟାଡ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
![](https://i0.wp.com/odia.mobilenews24x7.com/wp-content/uploads/2022/07/Chess-Olympiad-2022.jpeg?resize=780%2C470&ssl=1)
ତାମିଲନାଡୁ,୨୮/୦୭/୨୦୨୨- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଚେସ୍ ଅଲିମ୍ପିୟାଡର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଗୁରୁବାର ଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ସେପଟେ ପାକିସ୍ତାନୀ ଖେଳାଳି ହଠାତ୍ ଚେସ୍ ଅଲିମ୍ପିୟାଡରେ ଭାଗ ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନ ୪୪ ତମ ଚେସ୍ ଅଲିମ୍ପିୟାଡ୍ ରୁ ନିଜ ନାଁ ଫେରାଇନେଇଛି । ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଭାରତ ଖେଳ ପ୍ରତିଯୋଗୀତାକୁ ନେଇ ରାଜନୀତି କରୁଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ ନେଉନାହାଁନ୍ତି । ଚେସ୍ ଅଲିମ୍ପିୟାଡ୍ ରୁ ପାକିସ୍ତାନ ହଟିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ପାକିସ୍ତାନ ଖେଳରେ ଭାଗ ନନେଇ ବୟାନ ଦେଇ ଏହାକୁ ରାଜନୀତି କହୁଛି ବୋଲି ଭାରତୀୟ ବିଦେଶ ମନ୍ତ୍ରାଳୟ କହିଛି । ସେପଟେ ଭାରତ ଓପନ ଏବଂ ମହିଳା ବର୍ଗରେ ତିନି–ତିନି ଟିମ୍ ସହ ଓହ୍ଲାଇବ । ୫ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଖେଳାଳୀ ବିଶ୍ୱନାଥନ ଆନନ୍ଦ ଏଥର ଅଲିମ୍ପିୟାଡ୍ ଖେଳୁନାହାଁନ୍ତି ।