ବାଣିଜ୍ୟ
ବ୍ୟାଙ୍କରେ ଜମା ହୋଇଥିବା ୪୮ ହଜାର କୋଟି ଟଙ୍କାର କେହି ଉତ୍ତରାଧିକାରୀ ନାହାନ୍ତି
ନୂଆଦିଲ୍ଲୀ,୨୮/୦୭/୨୦୨୨- ବ୍ୟାଙ୍କରେ ବଢୁଛି ଦାବିହୀନ ଜମାରାଶୀ । ଜମା ହୋଇଥିବା ୪୮ ହଜାର କୋଟି ଟଙ୍କାର କେହି ଉତ୍ତରାଧିକାରୀ ନାହାନ୍ତି । ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଦେଶରେ କର୍ଣ୍ଣାଟକ, ବିହାର ଏବଂ ତେଲେଙ୍ଗାନା ଭଳି ୮ଟି ରାଜ୍ୟରେ ଏଭଳି ଦାବିହୀନ ଟଙ୍କାର ପରିମାଣ ଅଧିକ ରହିଛି । ୨୦୨୦-୨୧ରେ ବ୍ୟାଙ୍କଗୁଡିକରେ ଏହି ଦାବିହୀନ ଟଙ୍କାର ପରିମାଣ ୪୮, ୨୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ ଦାବିହୀନ ଜମାରାଶୀର ପ୍ରକୃତ ଦାବିଦାରଙ୍କୁ ଖୋଜିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି ।