ଓଡ଼ିଶା

ହାଇୱା ହେଲପରଙ୍କୁ ବେଲ୍‌ଟରେ ପିଟିଲେ ଅଟୋ ଚାଳକ

ପୁରୀ, ୩୦/୦୭/୨୦୨୨- ହାଇୱା ହେଲପରଙ୍କୁ ବେଲ୍‌ଟରେ ପିଟିଲେ ଅଟୋ ଚାଳକ । ସତ୍ୟବାଦୀ ଥାନା ଶୁକଳ ଛକରେ ଘଟିଛି ଏପରି ଘଟଣା । ଗାଡ଼ି ସାଇଡ୍ କରିବାକୁ ନେଇ ଅଟୋ ଚାଳକ ଓ ହାଇୱା ହେଲପରଙ୍କ ମଧ୍ୟରେ ଏପରି ଘଟଣା ଘଟିଥିଲା । ଶୁକଳ ଛକର ଅଟୋ ଚାଳକ ଅନିଆ ବିଶ୍ବାଳ ଏକ ଜଳଖିଆ ଦୋକାନ ଆଗରେ ଅଟୋ ରଖିଥିଲେ । ପଡ଼ିଶା ଭଣ୍ଡାରୀଦଣ୍ଡା ଗାଁର ହାଇୱା ହେଲପର ଅମର ପରିଡ଼ା ଅଟୋ ସାଇଡ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ଝଗଡ଼ା ହୋଇଥିଲା । ପରେ ଅମରର ମାଲିକ ଘଟଣାର ସମାଧାନ କରିଥିଲେ । ମାତ୍ର କିଛି ସମୟ ମଧ୍ୟରେ ଅମରକୁ ଅନିଆ ଆକ୍ରମଣ କରିଥିଲା । ପୋଲିସ ଦୁଇ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com