ଓଡ଼ିଶା

ବହୁ ଚର୍ଚ୍ଚିତ ମଞ୍ଜିତ ସିଂ ଓରଫ ଜିମି ହତ୍ୟା ମାମଲା, ହତ୍ୟାକାରୀ ବାପ-ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ

ବଡ଼ବିଲ୍‌:  ଚମ୍ପୁଆର ବହୁ ଚର୍ଚ୍ଚିତ ମଞ୍ଜିତ ସିଂ ଓରଫ ଜିମି ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି । ଆସାମୀ ବାପ-ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏଥିସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।

ଜରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ ଜେଲ ପାଇଁ ରାୟରେ କୁହାଯାଇଛି । ଆସାମୀ ଦ୍ବୟ ହେଲେ ବାପା ବାଙ୍କା ବେହେରା ଓ ପୁଅ ବସନ୍ତ ବେହେରା ।  ଗତ ୩୦.୧୦.୨୦୧୬ କାଳୀ ପୂଜା ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଚମ୍ପୁଆ  ରଜାବନ୍ଧର ବସନ୍ତ ବେହେରାଙ୍କ ପତ୍ନୀଙ୍କୁ ମଞ୍ଜିତ, ପ୍ରେମ ନିବେଦନ କରିବା ନେଇ ଏହି ହତ୍ୟାକାଣ୍ଡ ଘଟିବା ସେତେବେଳେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ।

ମଞ୍ଜିତ ଓରଫ ଜିମିକୁ ଫାଉଡ଼ା ଓ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ କିରୋସିନ ଢାଳି ପୋଡ଼ିଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି ରାୟ ଶୁଣାଇଛନ୍ତି ଚମ୍ପୁଆ ଏଡିଜେ । ତେବେ ଏହି ରାୟରେ ସନ୍ତୁଷ୍ଟ ହୋଇନାହାନ୍ତି ମୃତକଙ୍କ ବାପା ରାମେଶ୍ୱର ସିଂ । ହତ୍ୟାକାରୀଙ୍କୁ ଫାଶୀ ହେବା ଦରକାର ବୋଲି ସେ କହିଛନ୍ତି । ଦରକାର ପଡ଼ିଲେ ସେ ଉପର କୋର୍ଟକୁ ଯିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com