ଓଡ଼ିଶା

ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳର ନୂଆ ନେତା

ଭୁବନେଶ୍ୱର, ୩୦/୦୭/୨୦୨୨- ବିଧାନସଭାରେ ବିରୋଧୀ ଦଳ ନେତା ଘୋଷଣା ହୋଇଛି । ଜୟ ନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନୂଆ ନେତା । ବିଜେପି ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ବିଜେପି ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦିଆଯାଇଛି। ସମ୍ବଲପୁରରୁ ବିଧାୟକ ଅଛନ୍ତି ଜୟ ନାରାୟଣ ମିଶ୍ର । ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ଏନେଇ ଘୋଷଣା କରିଥିଲେ । ଦୀର୍ଘଦିନ ହେବ ଅସୁସ୍ଥତା ଯୋଗୁଁ ପ୍ରଦୀପ୍ତ  ବିଧାନସଭା ଆସିପାରୁନାହାନ୍ତି । ସେଥିପାଇଁ ଦଳ ତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ପାଇବା ପରେ ଜୟ ନାରାୟଣ ରାଜ୍ୟ ବିଜେପି ନେତୃତ୍ୱଙ୍କୁ  ଧନ୍ୟବାଦ ଦେଇ ଏହି ଗୁରୁଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠାର ସହ ପୂରଣ କରିବି ବୋଲି କହିଛନ୍ତି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ନବୀନ ମେଣ୍ଟ ସରକାରରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ । ସମ୍ବଲପୁରରରୁ ଚାରି ଚାରି ଥର ବିଧାୟକ ହୋଇଛନ୍ତି ଜୟ ନାରାୟଣ ମିଶ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com