କ୍ରୀଡ଼ା

କମନୱେଲଥ୍ ଗେମର ଦ୍ୱିତୀୟ ଦିନରେ ଭାରତକୁ ରୌପ୍ୟ ପଦକ

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ କମନୱେଲଥ୍ ଗେମର ଦ୍ୱିତୀୟ ଦିନରେ ରୌପ୍ୟ ପଦକ ସହ ଖାତା ଖୋଲିଛି ଭାରତ । ଭାରତକୁ ଏହି ପ୍ରଥମ ମେଡାଲ ଦେଇଛନ୍ତି ଷ୍ଟାର ଭାରୋତ୍ତଳକ ସଙ୍କେତ ମହାଦେବ ସରଗର । ସେ ୫୫ କେଜି ଇଭେଣ୍ଟର ଫାଇନାଲରେ ଏହି ଉପଲବଧି ପାଇଛନ୍ତି । ସଙ୍କେତ ଦ୍ୱିତୀୟ ରାଉଣ୍ଡର ଷଷ୍ଠ ପ୍ରୟାସରେ ୨୨୮ କିଲୋ ଗ୍ରାମ ଓଜନ ଉଠାଇ ସିଲଭର ମେଡାଲ ଜିତିଛନ୍ତି ।ଏହି ବର୍ଗରେ ମାଲେସିଆର ଅନିକ ମହମ୍ମଦ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଓ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ଚାମ୍ପିଅନ ହୋଇଥିବା ୨୧-ବର୍ଷୀୟ ସଂକେତ ଭାରୋତ୍ତଳନରେ ପଦକ ଜିତିବେ ବୋଲି ପୂର୍ବରୁ ଆଶା କରାଯାଉଥିଲା । ଏହି ଆଶାକୁ ସେ ସାକାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com