ଓଡ଼ିଶା

ଖଲ୍ଲିକୋଟ କଲେଜର ନାମ ଫଳକ ବିବାଦ – ଭୁଲ ସଂଶୋଧନ କଲେ କର୍ତ୍ତୃପକ୍ଷ

ବ୍ରହ୍ମପୁର, ୩୧/୦୭/୨୦୨୨-  ରାଜ୍ୟ ସରକାରଙ୍କ ଦ୍ଵାରା ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ ୨୦୨୧ ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ରୂପେ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭାଗୀୟ କର୍ତ୍ତୃପକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ, ପ୍ରତିଷ୍ଠା -୧୮୭୮ ଲେଖାଥିବା ମୁଖ୍ୟ ଫାଟକ ଉପରୁ ନାମ ଫଳକକୁ ଭାଙ୍ଗି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରତିଷ୍ଠା – ୨୦୨୧ ଲେଖିଥିଲେ । ଏହାକୁ ବିରୋଧ କରି ବ୍ରହ୍ମପୁରର ଆଇନଜୀବି ତଥା ଶ୍ରମିକ ନେତା ପୀତବାସ ପଣ୍ଡାଙ୍କ ନେତୃତ୍ୱରେ ଗତ ସେପ୍ଟେମ୍ବର ମାସରେ ଏହାର ପ୍ରତିବାଦ କରାଯିବା ସହ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବୀ କରାଯାଇଥିଲା । କିନ୍ତୁ  କର୍ତ୍ତୃପକ୍ଷ ଜାଣିଶୁଣି ସମୟ ଗଡ଼ାଇଥିଲେ । ୧୪୪ ବର୍ଷର ଏହି ଐତିହାସିକ କଲେଜର ଇତିହାସକୁ ନଷ୍ଟ କରିବାକୁ କରାଯାଉଥିବା ହୀନ ଚକ୍ରାନ୍ତ ବିରୁଦ୍ଧରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ତରଫରୁ ଆସନ୍ତା ଅଗଷ୍ଟ ୪ ତାରିଖରୁ କଲେଜ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଧମକ ଦିଆଯାଇଥିଲା । ଫଳ ସ୍ୱରୂପ କର୍ତ୍ତୃପକ୍ଷ  ମୁଖ୍ୟ ଫାଟକର ନାମ ଫଳକକୁ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ । ଏହାକୁ ନେଇ ପୀତବାସ ପଣ୍ଡା ଖୁସି ବ୍ୟକ୍ତି କରିବା ସହ ଏହି ଲଢେ଼ଇରେ ସହଯୋଗ କରିଥିବା ସହଯୋଗୀ , ମିଡ଼ିଆ ବନ୍ଧୁ ଓ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com