ଅନ୍ତର୍ଜାତୀୟ

ମଝି ଆକାଶରେ ବିମାନରେ ତ୍ରୁଟି, ଜୀବନ ବଞ୍ଚାଇବାକୁ ଡେଇଁ ପଡିଲେ ପାଇଲଟ୍

ମୃତ୍ୟୁ ଭୟ ନେଲା ଜୀବନ । ଉଡନ୍ତା ବିମାନରୁ ଡେଇଁ ପଡି ଭାବିଲେ ଜୀବନ ବଞ୍ଚିଯିବ । କିନ୍ତୁ ଖଣ୍ଡଖଣ୍ଡ ହୋଇଗଲା ପାଇଲଟଙ୍କ ଶରୀର । ତେବେ ଭାଗ୍ୟ ବଳରେ ବଞ୍ଚିଗଲେ କୋ ପାଇଲଟ୍ । ଏପରି ଘଟଣା ସାମ୍ନାକୁ ଆସିଛି ଆମେରିକାର ନର୍ଥ କ୍ୟାରୋଲିନାରେ । ସୂଚନାନୁସାରେ, ନର୍ଥ କ୍ୟାରୋଲିନା ଆକାଶରେ ଏକ ବିମାନରେ ଯାନ୍ତ୍ରିତ ତ୍ରୁଟି ଦେଖାଦେଇଥିଲା। ସେତେବେଳେ ବିମାନଟି ୪୦୦୦ ଫୁଟ୍ ଉଚ୍ଚତାରେ ଉଡୁଥିଲା । ତେବେ ତ୍ରୁଟି ଜାଣିବା ପରେ ପାଇଲଟ୍ ଜଣଙ୍କ ବିମାନରୁ ଡେଇଁ ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ହେଲେ ବିମାନରେ ଥିବା କୋ ପାଇଲଟ୍ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରାଇ ନିଜ ଜୀବନ ରକ୍ଷା କରିଥିଲେ । କିନ୍ତୁ ତାଙ୍କୁ ସାମାନ୍ୟ ଆଘତ ଲାଗିଥିଲା ।ୟାହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ମୃତ୍ୟୁବରଣ କରିଥିବା ପାଇଲଟ୍ ହେଲେ ୨୩ ବର୍ଷୀୟ ପାଇଲଟ୍‌ ଚାର୍ଲସ୍‌ ହ୍ୟୁକ୍ରୁକ୍ସ ।  ସେ ଏକ ଛୋଟ ବିମାନକୁ ଉଡାଉଥିଲେ । ଯେଉଁଥିରେ ୧୦ ଜଣ ଲୋକ ବସିପାରିବେ । ତାଙ୍କ ସହ ଆଉ ଜଣ ସହ ପାଇଲଟ୍ ମଧ୍ୟ ଉପସ୍ଥିତ ଥିଲେ । ତେବେ ମଝି ଆକାଶରେ ଲ୍ୟାଣ୍ଡିଂ ଗିୟରରେ ତ୍ରୁଟି ଥିବା ଜଣା ପଡିଥିଲା। ଜୀବନ ବଞ୍ଚାଇବାକୁ ଚାର୍ଲସ୍ ବିମାନରୁ ଡେଇଁ ପଡିଥିଲେ । ସେ ପାରାଚ୍ୟୁଟ୍ ମଧ୍ୟ ପିନ୍ଧି ନଥିଲେ । ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମୃତଦେହକୁ ପୋଲିସ ପାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com