ଜାତୀୟରାଜନୀତି

ମମତାଙ୍କ ସରକାରରେ ହେବ ଅଦଳ ବଦଳ ; ଆଉ ୭ ଟି ନୂଆ ଜିଲ୍ଲା ଗଠନକୁ ଅନୁମତି

କୋଲକାତା, ୦୧/୦୮/୨୦୨୨- ମମତାଙ୍କ ସରକାରରେ ହେବ ଅଦଳ ବଦଳ । ପାର୍ଥ ଚାଟାର୍ଜୀଙ୍କୁ ଦଳ ଓ କ୍ୟାବିନେଟରୁ ବହିଷ୍କାର ପରେ ଆକ୍ସନ ମୋଡରେ ଦିଦି । ଏ ନେଇ ସୂଚନା ଦେଇଛନ୍ତି ନିଜେ ଟିଏମସି ସୁପ୍ରିମୋ ମମତା ମୁଖାର୍ଜୀ । ୪ ଜଣ ମନ୍ତ୍ରୀଙ୍କୁ ବିଦା କରି ମୋଟ ୫ ଜଣଙ୍କୁ କ୍ୟାବିନେଟରେ ସାମିଲ କରାଯିବ ବୋଲି ସଂକେତ ଦେଇଛନ୍ତି ମମତା । ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରି ସେମାନଙ୍କୁ ଦଳୀୟ ସଂଗଠନ ଦାୟିତ୍ୱରେ ନିୟୋଜିତ କରାଯିବାର ସୂଚନା ରହିଛି । ବିଜେପିରୁ ଟିଏମସିରେ ଯୋଗ ଦେଇଥିବା ବାବୁଲ ସୁପ୍ରିୟୋଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ଆଲୋଚନା ହେଉଛି । ବୁଧବାର ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ । ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଜେଲରେ ଥିବାବେଳେ ବରିଷ୍ଠ ନେତା ସୁବ୍ରତୋ ମୁଖାର୍ଜୀ ଓ ସାଧନା ପାଣ୍ଡେଙ୍କ ପରଲୋକ ହୋଇଛି । ସେମାନଙ୍କ ସ୍ଥାନ ପୂରଣ ସହ ୫ ଜଣଙ୍କୁ ନୂଆ ମୁହଁ ଭାବେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । ସେହିଭଳି ରାଜ୍ୟରେ ଆଉ ୭ଟି ନୂଆ ଜିଲ୍ଲା ଗଠନକୁ ଅନୁମୋଦନ କରିଛନ୍ତି ମମତା ସରକାର । ନୂଆ ଜିଲ୍ଲା ଗୁଡିକ ହେଲା ସୁନ୍ଦରବନ, ରାଣାଘାଟ, ଇଚ୍ଛାମତୀ, ଜାଙ୍ଗିପୁର, ବିଷ୍ଣୁପୁର  ଏବଂ ବେହ୍ରମପୁର  । ଅନ୍ୟ ଗୋଟିଏ ଜିଲ୍ଲାର ନାମକରଣ କରାଯାଇନାହିଁ । ତେବେ ବସିରହାଟ ଅଞ୍ଚଳକୁ ନୂଆ ଜିଲ୍ଲା କରାଯାଇ ନାମକରଣ କରାଯିବ । ୭ ନୂଆ ଜିଲ୍ଲା ଗଠନ ପରେ ପଶ୍ଚିମବଙ୍ଗର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com