Breaking NewsFeaturedଓଡ଼ିଶା

ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି: ଆଗକୁ ରେକର୍ଡ ଭାଙ୍ଗିବ ତାତି

ଭୁବନେଶ୍ୱର: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ଚଳିତ ବର୍ଷର ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଗତକାଲି ୩୭ ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୦ ସହର। ୩୮ .୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ । ସେହିପରି ଭୁବନେଶ୍ବରରେ ୩୬ .୧ ଏବଂ କଟକରେ ୩୪ .୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବଲାଙ୍ଗିରରେ ୩୮ .୧ , ଅନୁଗୁଳରେ ୩୭ .୯ , ଟିଟିଲାଗଡ଼ରେ ୩୭ .୬ ଡିଗ୍ରୀ ସହିତ ଭଦ୍ରକ ଓ ଝାରସୁଗୁଡ଼ା ୩୭ .୫ , ଯାଜପୁର ୩୭ .୨ ଡିଗ୍ରୀ ବାରିପଦା, ସୋନପୁର ଓ ଭବାନୀପାଟଣାରେ ତାତି ୩୭ ଡିଗ୍ରୀ ରେକର୍ଡ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com