Breaking NewsFeaturedଜାତୀୟରାଜନୀତି

୨୦୨୪ ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ!

ବଲିଉଡ୍ ଷ୍ଟାର ଜୁନିଅର ବଚ୍ଚନ ରାଜନୀତିରେ ଏଣ୍ଟ୍ରି କରିବା ନେଇ ପ୍ରବଳ ଚର୍ଚ୍ଚା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ନିର୍ବାଚନୀ ମୈଦାନରେ ବଲିଉଡ ଷ୍ଟାର , ଏହା କୌଣସି ନୂଆ କଥା ନୁହେଁ । କିନ୍ତୁ ସୁପରଷ୍ଟାର ତଥା ବିଗ୍- ବିଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ନିର୍ବାଚନ ଲଢିବା ଖବରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ସରକାରରେ ଥିବା ବିଜେପିକୁ ଟକ୍କର ଦେବା ପାଇଁ ମୈଦାନକୁ ଓହ୍ଲାଇ ପାରନ୍ତି ବଲିଉଡ ତାରକା ଅଭିଷେକ ବଚ୍ଚନ ।

ଯାହା ଚର୍ଚ୍ଚା ଚାଲିଛି ଅଭିଷେକ ପ୍ରୟାଗରାଜରୁ ପ୍ରାର୍ଥୀ ହୋଇ ପାରନ୍ତି । ଏବଂ ସେ ସମାଜବାଦୀ ପାର୍ଟିରୁ ନିର୍ବାଚନ ଲଢିବା ନେଇ ଏବେ ପ୍ରୟାଗରାଜ ସମେତ ପୁରା ଦେଶରେ ଚର୍ଚ୍ଚା । ଅବିଷେକଙ୍କ ମା ଜୟା ବଚ୍ଚନ ହେଉଛନ୍ତି ସମାଜବାଦୀ ପାର୍ଟିରୁ ରାଜ୍ୟ ସଭା ସାଂସଦ । ସେ ବିଜେପି ପ୍ରତି ପ୍ରାୟ ସବୁବେଳେ ଆକ୍ରମଣାତ୍ମକ ମୁଡରେ ନଜର ଆସନ୍ତି । ଏପରିକି ସଂସଦରେସେ ବିଜେପି ବିରୁଦ୍ଧରେ ହିଁ ଗର୍ଜନ କରନ୍ତି । ୟୁପିରେ ଏବେ ସମାଜବାଦୀ ପୀର୍ଟିର ସ୍ଥିତି ଭଲ ନାହିଁ । ତେଣୁ ସମାଜବାଦୀ ଦଳ ଅନେକ ଜଣ ସେଲିବ୍ରିଟିଙ୍କୁ ଏଠି ଟିକେଟ ବାଣ୍ଟିବ ବୋଲି ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ। ତେବେ ଏନେଇ ନା ଅବିଷେକ ବଚ୍ଚନ ନା ସମାଜବାଦୀ ପାର୍ଟି କେହିବି ମୁହଁ ଖୋଲି ନାହାନ୍ତି ।

Abhisek Bachhan to be entry in Politics 2024 Election

ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ ଅଭିଷେକଙ୍କ ବାପା ତଥା ସୁପରଷ୍ଟାର ଅମିତାଭ ବି ୧୯୮୪ ମସିହାରେ କଂଗ୍ରେସ ଟିକେଟରୁ ଲଢିଥିଲେ ଆହ୍ଲାବାଦ ଆସନରୁ । ଆଉ ଆହ୍ଲାବାଦର ବର୍ତ୍ତମାନ ନାଁ ହେଉଛି ପ୍ରୟାଗରାଜ । ମାନେ ବାପା ଯେଉଁଠୁ ଲଢିଥିଲେ ପୁଅ ବି ସେଠୁ ଲଢିବେ । ତେବେ ୧୯୮୪ ନିର୍ବାଚନରେ ଅମିତାଭ ବିରୋଧି ହେମବତୀ ନନ୍ଦନ ବହୁଗୁଣାଙ୍କୁ ବିପୁଳ ଭୋଟ ବ୍ୟବଧାନରେ ହରାଇ ରେକର୍ଡ ସୃଷ୍ଟି କରିଥିଲେ । ଆଉ ଏବେ ସେଇ ହେମବତୀ ନନ୍ଦନ ବହୁଗୁଣାଙ୍କ ଝିଅ ରୀତା ବହୁଗୁଣା ଯୋଶୀ ପ୍ରୟାଗରାଜରୁ ସାଂସଦ ଅଛନ୍ତି । ତେଣୁ ଆଗକୁ ଯଦି ଅଭିଷେକ ଏଠାରୁ ନିର୍ବାଚନ ଲଢନ୍ତି ତେବେ ଲଢେଇ ବେଶ ରୋଚକ ହେବ ବୋଲି ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ।

 

Related Articles

Back to top button
WP Twitter Auto Publish Powered By : XYZScripts.com