ବଙ୍ଗୋପ ସାଗରରେ ସୃଷ୍ଟି ହେଲା ସାଇକ୍ଲୋନିକ ସର୍କୁଲେସନ , ରାଜ୍ୟରେ ସକ୍ରିୟ ହେବ ଦୁର୍ବଳ ମୌସୁମୀ
![](https://i0.wp.com/odia.mobilenews24x7.com/wp-content/uploads/2022/08/in-cyclone-arabian-sea.jpg?resize=780%2C458&ssl=1)
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବା ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ । ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନରେ ବର୍ଷା ହେବ । ଫଳରେ କେତେକ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ମଧ୍ୟ ଦୂର ହେବ । ଜୁଲାଇ ମଧ୍ୟଭାଗ ସୁଦ୍ଧା ହାରାହାରି ବୃଷ୍ଟିପାତ ୧୧୪ ପ୍ରତିଶତ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହବେଳକୁ ତାହା ୧୦୬ ପ୍ରତିଶତକୁ ଖସିଆସିଛି । ଅଗଷ୍ଟ ୧୧ ବେଳକୁ ଏହି ଲଘୁଚାପକ୍ଷେତ୍ର ଆରବ ସାଗରରେ ପ୍ରବେଶ କରି ପାକିସ୍ତାନ ଉପକୂଳ ଦେଇ ଓମାନ ଓ ପାରସ୍ୟ ଉପସାଗର ଆଡ଼କୁ ଯିବ । ଆରବ ସାଗର ଅତିକ୍ରମ କରିବା ସମୟରେ ଏହା ପୁଣି ବଳ ଗୋଟାଇବାର ସମ୍ଭାବନା ରହିଛି ।