ଅନ୍ତର୍ଜାତୀୟ
କାର୍ ଚଲାଉଥିବାବେଳେ ଜଣେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବାରୁ ତାଙ୍କ ଉପରେ ୩୩୧୯୮ଟଙ୍କାର ଜରିମାନା ଲାଗିଛି

କାର୍ ଚଲାଉଥିବାବେଳେ ଜଣେ ବ୍ୟକ୍ତି ମୁଣ୍ଡ କୁଣ୍ଡାଇବାରୁ ତାଙ୍କ ଉପରେ ୩୩୧୯୮ଟଙ୍କାର ଜରିମାନା ଲାଗିଛି। ଏହି ଘଟଣାଟି ଘଟିଛି ଡଚ୍ରେ। ଯେଉଁଠି ଡ୍ରାଇଭିଂ ସମୟରେ ମୁଣ୍ଡ କୁଣ୍ଡାଇବାରୁ ବ୍ୟକ୍ତିଙ୍କୁ ୩୮୦ୟୁରୋ (୩୩୧୯୮ଟଙ୍କା) ଦେବାକୁ ପଡିଛି।
ଏଆଇ ସଞ୍ଚାଳିତ କ୍ୟାମେରା ତାଙ୍କୁ ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଥିବା ଦେଖି ଫଟୋ ଉଠାଇଛି। ଯାହାପରେ ତାଙ୍କ ପାଖକୁ ୩୩୧୯୮ଟଙ୍କାର ଚାଲାଣ କଟିଥିବା ମେସେଜ ଆସିଛି। କିନ୍ତୁ ବ୍ୟକ୍ତିଜଣକ ଦାବି କରିଛନ୍ତି କି, ସେ ସେତେବେଳେ ମୁଣ୍ଡ କୁଣ୍ଡାଉ ଥିଲେ।