ଜାତୀୟରାଜନୀତି

କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି ଭାରତ । ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟନ

କଳିଙ୍ଗ ଷ୍ଟାଡିୟମରେ ଇତିହାସ ରଚିଛି ଭାରତ । ବାଂଲାଦେଶକୁ ହରେଇ ଭାରତ ଚାମ୍ପିୟନ ହୋଇଛି   । କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ସାଫ ଫୁଟବଲ ଚାମ୍ପିୟାନସିପର ଫାଇନାଲ୍‌ରେ ବାଂଲାଦେଶକୁ ୫-୨ ଗୋଲରେ ହରାଇ ଚାମ୍ପିୟନ ହୋଇଛି ଭାରତ । ଚଳିତ ବର୍ଷ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଟ୍ରଫି ହାତେଇବା ସହ ଲଗାତର ଦ୍ୱିତୀୟ ସାଫ ଚାମ୍ପିୟାନସି ଟ୍ରଫି ଅକ୍ତିଆର କରିଛି ଭାରତ । ଭାରତ ପକ୍ଷରୁ ଗୁରକିରତ ସିଂ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ସହ ୪ଟି ଗୋଲ ସ୍କୋର କରିଥିଲେ । ସେହିପରି ହିମାଂଶୁ ଜାଙ୍ଗରା ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମ୍ୟାଚକୁ ଶୁଭାରମ୍ଭ କରି ମ୍ୟାଚ୍‌କୁ ଉପଭୋଗ କରିଥିଲେ । ପ୍ରଥମ ହାଫ ସୁଦ୍ଧା ଭାରତ ଓ ବାଂଲାଦେଶ ୧-୧ରେ ସମାନ ସ୍ଥିତିରେ ଥିଲେ । ଦ୍ୱିତୀୟ ହାଫରେ ମଧ୍ୟ ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ନିର୍ଦ୍ଧାରିତ ସମୟ ସୁଦ୍ଧା ୨-୨ରେ ରହିଥିଲେ । ଏକ୍ସଟ୍ରା ଟାଇମରେ ଭାରତ ୩ଟି ଗୋଲ ସ୍କୋର କରି ୫-୨ରେ ବିଜୟ ହାସଲ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com