ଓଡ଼ିଶାଶିକ୍ଷା

ପ୍ରକାଶ ପାଇଲା +୨ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର, ୦୮/୦୮/୨୦୨୨-  ପ୍ରକାଶ ପାଇଛି ଚଳିତ ବର୍ଷର +୨ କଳା ଏବଂ ଧନ୍ଦା ମୂଳକ ପରୀକ୍ଷା ଫଳ । ଏଥର +୨ କଳାରେ ୮୨.୧୦ ପତିଶତ ମୋଟ୍ ପାସ୍ ହାର ରହିଛି । ଅନ୍ୟପଟେ ଚଳିତବର୍ଷ ଧନ୍ଦାମୂଳକ ଶିକ୍ଷାରେ ପାସହାର ୭୦.୩୫ ପ୍ରତିଶତ ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଆନୁଷ୍ଠାନିକ ଭାବେ ଏହି ଫଳାଫଳ ଘୋଷଣା କରିଛନ୍ତି । ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ  ୧ ଲକ୍ଷ ୭୧ ହଜାର ୨୮୮ ଜଣ ପାସ୍ କରିଛନ୍ତି । ୨୮ ଟି ମହାବିଦ୍ୟାଳୟରେ ପାସ୍ ହାର ଶତ ପ୍ରତିଶତ ରହିଛିି । ପାସ୍ ହାରରେ ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ରହିବା ସହ ନବରଙ୍ଗପୁର ସବୁଠୁ ତଳେ ରହିଛି । ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୭୫.୦୮ ପ୍ରତିଶତ ରହିଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୮୭.୪୭ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୬୨ ହଜାର ୭୩୪, ଦ୍ୱିତୀୟ ଶ୍ରେଣୀରେ ୪୧ ହଜାର ୧୯୩ ଏବଂ ତୃତୀୟ ଶ୍ରେଣୀରେ ୬୭ ହଜାର ଛାତ୍ରଛାତ୍ରୀ ସ୍ଥାନ ପାଇଥିବାବେଳେ ୧୭୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିବା ଜଣା ପଡିଛି ।  ସନ୍ଧ୍ୟା ୫ ଟାରେ www.odisharesults.nic.in ୱେବସାଇଟରେ ପରୀକ୍ଷାର୍ଥୀମାନେ ନିଜର ପରୀକ୍ଷାଫଳ ଦେଖିପାରିବେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com