କ୍ରୀଡ଼ା
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅମ୍ପେୟାର ରୁଡି କୋର୍ଜେନଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ
![](https://i0.wp.com/odia.mobilenews24x7.com/wp-content/uploads/2022/08/rudi.jpg?resize=780%2C470&ssl=1)
କେପଟାଉନ, ୦୯/୦୮/୨୦୨୨- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅମ୍ପେୟାର ରୁଡି କୋର୍ଜେନଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କୋର୍ଜେନ କେପ୍ ଟାଉନର ନେଲସନ ମଣ୍ଡେଲା ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ କାର ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ରୁଡିଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କର ବି ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ମଙ୍ଗଳବାର ସକାଳେ ରିବର୍ସଡେଲ ଅଞ୍ଚଳରେ ଘଟିଥିଲା ।
କୋର୍ଜେନ ଜଣେ ଅମ୍ପେୟାର ଭାବେ ସାରା ବିଶ୍ୱରେ ବେଶ୍ ପରିଚିତ । ସେ ଅନେକ ବର୍ଷ ଧରି ଆଇସିସିର ଅମ୍ପେୟାର ପ୍ୟାନେଲରେ ସାମିଲ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ପରେ ତାଙ୍କୁ ସମ୍ମାନ ଜଣାଇ ଆଫ୍ରିକା ଟିମ୍ ଆଗକୁ ଖେଳାଯିବାକୁ ଥିବା ଏକ ଅର୍ନ୍ତଜାତୀୟ ମ୍ୟାଚରେ ହାତରେ କଳାପଟି ବାନ୍ଧି ଖେଳିବ ବୋଲି ନିଷ୍ପତ୍ତି ନେଇଛି ।