Breaking NewsFeaturedଅନ୍ତର୍ଜାତୀୟଜାତୀୟରାଜନୀତି

ବିଦେଶରେ ବଢ଼ିଚାଲିଛି ମୋଦିଙ୍କ କ୍ରେଜ୍‌, ଆମେରିକା ପରେ ଅଷ୍ଟ୍ରେଲିଆ କଲା ଗୁଣଗାନ

ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାବାପେ ମୋଦିଙ୍କ ପାଦ ଛୁଇଁ ସ୍ଵାଗତ କରିଥିଲେ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମୋଦିଙ୍କ ଲୋକପ୍ରିୟତା ଏବେ ଶିଖର ଛୁଆଁ । ବିଦେଶରେ ହାଇ ସ୍ପିଡରେ ବଢୁଛି ମୋଦିଙ୍କ କ୍ରେଜ୍ । ଯାହାର ଉଦାହରଣ ଦେଖିବାକୁ ମିଳୁଛି କ୍ତଙ୍କବୟ ଗ୍ଦଙ୍କଜ୍ଞଜ୍ଞସଗ୍ଧ ୨୦୨୩ ରେ । ମୋଦିଙ୍କ ଲୋକପ୍ରିୟତା ବିଦେଶୀ ରାଷ୍ଟ୍ରରେ ଏତେ ବଢି ଯାଇଛି ଯେ ସେଠାକର ପ୍ରଧାନମନ୍ତ୍ରୀ ବି ଖୋଦ ମୋଦଙ୍କୁ ସେ ବାବଦରେ ମିଠା ଅଭିଯୋଗ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଆମେରିକାର ରାଷ୍ଟ୍ରପତିି ଜୋ ବାଇଡେନ ଏବଂ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମୋଦଙ୍କ ନିକଟରେ ମିଠା ଅଭିଯୋଗ ଆଣିଥିଲେ ଯେ ଆପଣଙ୍କ ପାଇଁ ଆମକୁ ବଡ଼ ସମସ୍ୟା ହେଉଛି । ନିକଟରେ ଆଉ ଏକ ଦୃଶ୍ୟ ମଧ୍ୟ ପପୁଆ ନ୍ୟୁ ଗିନିରେ ଦେଖିବାକୁ ମିଳିଥିଲା । ସ୍ୱାଗତ କରିବା ଅବସରରେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାବାପେ ମୋଦିଙ୍କ ପାଦ ଛୁଇଁଥିଲେ । ଖାଲି ସେତିକି ନୁହେଁ, ନିଜ ଦେଶର ବର୍ଷ ବର୍ଷର ପରମ୍ପରା ଭାଙ୍ଗି ସୂର୍ଯ୍ୟାସ୍ତ ପରେ ସ୍ୱାଗତ କରିଥିଲେ ।

ଠିକ୍ ସେହିପରି ଅଷ୍ଟ୍ରେଲିଆ ବାସୀ ମଧ୍ୟ ମୋଦିଙ୍କ ପ୍ରେମରେ ପାଗଳ । ସିଡନୀରେ ଆୟୋଜିତ ୨୦ ହଜାର ଭାରତୀୟଙ୍କ ଉଦ୍‌ବୋଧନ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ କହିଛନ୍ତି ମୋଦୀ ହେଉଛନ୍ତି ବିଶ୍ୱର ବସ୍ । ତାଙ୍କୁ ସ୍ୱାଗତ କରିବା ଏକ ବଡ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ ଭାବରେ ମୋର ପ୍ରଥମ ବର୍ଷ ଚାଲିଥିବା ବେଳେ ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାର ସୁଯୋଗ ପାଇଥିବାରୁ ମୁଁ ବିଶେଷ ଖୁସି ଅନୁଭବ କରୁଛି । ମୁଁ ମୋଦିଙ୍କୁ ୬ ଥର ଭେଟି ସାରିଛି । କିନ୍ତୁ ଏଥର ତାଙ୍କ ସହ ମଞ୍ଚ ଉପରେ ଏକାଠି ଛିଡ଼ା ହେବାର ସୌଭାଗ୍ୟ ଅର୍ଜନ କରିଛି । ଏହି କାର୍ଯ୍ୟକ୍ରମରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ମୋତେ ବେଶ୍ ପ୍ରଭାବିତ କରିଛି । ଏହି ଅବସରରେ ମୋଦି ସିଡନୀ ସାମୁଦାୟିକ କାର୍ଯ୍ୟକ୍ରମରେ ଦି ଲିଟିଲ୍ ଇଣ୍ଡିଆ ଗେଟ୍ ୱେ ର ଆଧାରଶିଳା ସ୍ଥାପନ କରିଛନ୍ତି । ଯେତେବେଳେ ମୋଦିଙ୍କୁ ଅଷ୍ଟ୍ରେଲିଆର ଅଲିମ୍ପିକ ଷ୍ଟାଡିଅମ୍‌ରେ ସ୍ୱାଗତ କରାଯାଇଥିଲା ସେତେବେଳେ ସମଗ୍ର ଅଞ୍ଚଳ ମୋଦି ମୋଦି ନାରାରେ କମ୍ପି ଉଠିଥିଲା । ଆଉ ଏଥିରୁ ସହଜରେ ଅନୁମେୟ କରାଯାଇପାରେ ମୋଦିଙ୍କ ଦବ୍‌ଦବା ବିଦେଶରେ କେତେ ପରିମାଣରେ ରହିଛି । ଏହି ସମୟରେ ସେ ଭାରତ ଗସ୍ତ ସମୟର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି । ସେହିପରି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ କହିଛନ୍ତି ଯେ ଭାରତକୁ ଜାଣିବାକୁ ହେଲେ ଟ୍ରେନ୍ କିମ୍ବା ବସ୍ ଯୋଗେ ଯାତ୍ରା କରିବାକୁ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com