ଜାତୀୟ
କାଶ୍ମୀର ପଣ୍ଡିତ ହତ୍ୟା ମାମଲାରେ ସରକାରଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ
![](https://i0.wp.com/odia.mobilenews24x7.com/wp-content/uploads/2022/08/bitta_1200x768.jpg?resize=780%2C470&ssl=1)
କାଶ୍ମୀର ପଣ୍ଡିତ ନରସଂହାର ମାମଲାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏହି ନରସଂହାରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଟା କରାଟେଙ୍କ ସ୍ତ୍ରୀ ସମେତ ୪ ଜଣଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ସରକାର । କୁହାଯାଉଛି ଯେ କାଶ୍ମୀରେ ପଣ୍ଡିତମାନଙ୍କୁ ହତ୍ୟା କରିବା ମାମଲାରେ ବିଟା ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ବିଟା କରାଟେଙ୍କ ପତ୍ନୀ ଅସବାହା ଆରଜୁମନ୍ଦ ଖାନ, କାଶ୍ମୀର ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମୁହିତ ଅହମ୍ମଦ ଭଟ୍ଟ, କାଶ୍ମୀର ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଡ ପ୍ରଫେସର ମାଜିଦ ହୋସେନ କାଦରୀ ଓ ଆଇଟି ସୟେଦ ଅବ୍ଦୁଲ୍ଲା ମୁଇଦଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ବିଟା କରାଟେଙ୍କ ପତ୍ନୀ ଅସବାହ ୨୦୧୧ ବ୍ୟାଚର ଜେଏକେଏସ ଅଫିସର । ସେ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହ ସଂପର୍କ ରଖିଥିବା କାରଣରୁ ତାଙ୍କୁ ବହିସ୍କାର କରାଯାଇଛି । ଏହାସହ ୨୦୦୩-୨୦୦୭ ମଧ୍ୟରେ ସେ କାର୍ଯ୍ୟରେ ଅନୁପସ୍ଥିତ ରହି ସେହି ସମୟରେ ସେ ଜର୍ମାନୀ, ବ୍ରିଟେ ଓ ଶ୍ରୀଲଙ୍କା ଗସ୍ତ କରିଥିବା କଥା କୁହାଯାଇଛି ।