ବାଣିଜ୍ୟ

ପୂର୍ବତଟ ରେଳପଥ ପକ୍ଷରୁ 76 ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୫/୦୮/୨୦୨୨-    ପୂର୍ବତଟ ରେଳପଥ ପକ୍ଷରୁ 76ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଜାତୀୟ ପତାକା ଉତ୍ତୋଳନ କରି RPF ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ଶ୍ରୀବାସ୍ତବ କହିଥିଲେ ଯେ, ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି ‘ଦେଶର ଜୀବନ ରେଖା’। ସ୍ୱାଧୀନତାର ୭୫ ବର୍ଷ ତଥା ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପମାନ ହାତକୁ ନେଇଥିଲା । ଯେଉଁଥିରେ ପ୍ରତି ଘରେ ତ୍ରିରଙ୍ଗା, ରାଷ୍ଟ୍ରୀୟ ବୀର ମାନଙ୍କ ସମ୍ବନ୍ଧରେ ପ୍ରଦର୍ଶନୀ, ବାଇକ୍ ରାଲି ଇତ୍ୟାଦି କାର୍ଯ୍ୟକ୍ରମ ମାନ ପାଳନ କରାଯାଇଅଛି ।

ନୂତନ ଲାଇନ ଏବଂ ଦୋହରୀକରଣ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ରେଳ ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବାକୁ ନିକଟ ଅତୀତରେ 25 ଟି ସର୍ଭେକୁ ଅନୁମତି ଦିଆଯାଇଛି । ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ପୂର୍ବତଟ ରେଳପଥକୁ ୯୩୪୩ କୋଟି ଟଙ୍କାର ବଜେଟ ପ୍ରବନ୍ଧନ କରାଯାଇଛି । ଯାହାକି ଆଜି ପର୍ଯ୍ୟନ୍ତ ବଜେଟ ଅନୁଦାନ କ୍ଷେତ୍ରରେ ସର୍ବାଧିକ ବୋଲି  ଶ୍ରୀବାସ୍ତବ କହିଛନ୍ତି ।

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ ପୂର୍ବତଟ ରେଳପଥର ପ୍ରଦର୍ଶନ ଏବଂ ରେଳ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ନିରାପତ୍ତା, ରେଳ ଭିତ୍ତିଭୂମିର ସମ୍ପ୍ରସାରଣ, ଡିଜିଟାଲ ଇନିସିଏଟିଭ୍ ଏବଂ ମାନବ ସମ୍ବଳ, ଉତ୍ତମ ପ୍ରଦର୍ଶନ ଓ ନିଷ୍ଠାପର ଉଦ୍ୟମ ପାଇଁ ଶ୍ରୀବାସ୍ତବ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com