ବାଣିଜ୍ୟ

ମାର୍ଚ୍ଚରେ ହେବ +୨ ଥିଓରୀ ପରୀକ୍ଷା

ଭୁବନେଶ୍ୱର, ୧୮ /୧୦/୨୦୨୨-   ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ବର୍ଷ ୨୦୨୩ ମାର୍ଚ୍ଚ ମାସରେ ହେବ ଥିଓରି ପରୀକ୍ଷା । ତା’ ପୂର୍ବରୁ ଜାନୁଆରି ଶେଷ କିମ୍ବା ଫେବ୍ରୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଦୁଇ ବର୍ଷ ହେଲା କୋଭିଡ୍‌ ସଂକ୍ରମଣ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବା ସହ ପରୀକ୍ଷା ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା । ତେଣୁ ଏଥର ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ପ୍ରକ୍ରିୟା ଅନୁଷ୍ଠିତ ହେବ, ସେନେଇ ପରିଷଦ ପକ୍ଷରୁ ରୂପରେଖ ପ୍ରସ୍ତୁତ କରାଯାଇଛି । ଏଥର ପାଖାପାଖି ୩ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ  ପରୀକ୍ଷା ଦେବାକୁ ଥିବାରୁ ଖୁବ୍‌ଶୀଘ୍ର ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି ।

ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପ୍ରକ୍ରିୟା ଏକ ସମୟରେ ଅନୁଷ୍ଠିତ ହେବ । ବିନା ‌ଜରିମାନାରେ ଯେଉଁମାନେ ଫର୍ମ ପୂରଣ କରି ନ ପାରିବେ, ସେମାନଙ୍କୁ ଦୁଇଟି ସୁଯୋଗ ଦିଆଯିବ । ନ‌ଭେମ୍ବର ୧୫ ସୁଦ୍ଧା ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ଲାଗି ନିୟୋଜିତ ହେବାକୁ ଥିବା ଅଧ୍ୟାପକ ତଥା ପରୀକ୍ଷକଙ୍କ ତାଲିକା ପ୍ରସ୍ତୁତ କରୁଛି ସିଏଚ୍‌ଏସ୍‌ଇ ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା +୨ କଲେଜଗୁଡ଼ିକରେ କେତେ ସଂଖ୍ୟକ ଅଧ୍ୟାପକ ରହିଛନ୍ତି, ତାହାର ତାଲିକା ଅକ୍ଟୋବର ୧୯ରୁ ନଭେମ୍ବର ୭ ମଧ୍ୟରେ ପ୍ରଦାନ କରିବାକୁ ରାଜ୍ୟର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ଫର୍ମାଟ୍‌ରେ ଅଧ୍ୟାପକଙ୍କ ସ୍ଥିତି ସମ୍ପର୍କରେ ଅଧ୍ୟକ୍ଷମାନେ ତଥ୍ୟ ପ୍ରଦାନ କରିବେ, ତାହା ସାମ୍‌ସ ପୋର୍ଟାଲରେ ଉଲ୍ଲେଖ ହୋଇଛି । ଏଥରର ପରୀକ୍ଷାକୁ ସହଜ ଆଉ ଶୃଙ୍ଖଳାରେ ଶେଷ କରିବାକୁ ବିଭାଗ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି

Related Articles

Back to top button
WP Twitter Auto Publish Powered By : XYZScripts.com