ବାଣିଜ୍ୟ

ମାଗଣା ଯୋଜନା ନେଇ ସବିଶେଷ ତଥ୍ୟ ଦିଅ : ନିର୍ବାଚନ କମିଶନ

ନୂଆଦିଲ୍ଲୀ, ୦୫/୧୦/୨୦୨୨-   ମାଗଣା ଯୋଜନା ଯେତିକି ଜରୁରୀ ତାହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ଜାଣିବା ନେଇ ଅଧିକ ଆବଶ୍ୟକତା ରହିଛି । ମାଗଣା ଯୋଜନା କରିଆରେ ବହୁ କ୍ଷେତ୍ରରେ ମିଥ୍ୟା ପ୍ରତିଶ୍ରୁତି ଦିଆ ଯାଉଛି । ଯାହାର ଏକ ସୁଦୂର ପ୍ରସାରୀ ନକରାତ୍ମକ ପ୍ରଭାବ ରହୁଛି । ଯିଏ ମାଗଣା ଯୋଜନାରୁ ଉପକୃତ ହେଉଛି ସିଏ ତ ଭିନ୍ନ କଥା କିନ୍ତୁ ରାଜକୋଷରୁ ଅର୍ଥ ଖର୍ଚ୍ଚ କରାଯାଉଥିବାରୁ କ୍ଷଣବିଶେଷରେ ସମସ୍ତେ ପ୍ରଭାବିତ ହେଉଛନ୍ତି । ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତିର ନକରାତ୍ମକ ପ୍ରଭାବ ରହିଛି । ଏଣୁ ମିଛ ପ୍ରତିଶ୍ରୁତିର ଅବାଞ୍ଝିତ ପ୍ରଭାବକୁ ଅଣଦେଖା କରାଯାଇ ପାରିବନି । ଏଭଳି ଏକ ସ୍ଥିତରେ ମାଗଣା ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି ।

ମାଗଣା ଯୋଜନା ପାଇଁ ଟଙ୍କା କେଉଁଠୁ ଆସୁଛି, କେତେ ଟଙ୍କା ଖର୍ଚ୍ଚ ହେଉଛି ଅକ୍ଟୋବର ୧୯ ସୁଦ୍ଧା ଏହାର ବିସ୍ତୃତ ତଥ୍ୟ ଦେବାକୁ ରାଜନୈତିକ ଦଳ ଗୁଡିକୁ ସମୟ ଦେଇଛନ୍ତି ନିର୍ବାଚନ କମିଶନ । ଖାଲି ସେତିକି ନୁହେଁ ମାଗଣା ଯୋଜନାରେ କେଉଁ ବର୍ଗର ଲୋକେ ସାମିଲ ହେବେ ନେଇ ମଧ୍ୟ ତଥ୍ୟ ଦେବାକୁ କୁହାଯାଇଛି । ସେହିପରି ଦେଶ ଓ ରାଜ୍ୟର ଜିଡିପି ଏବଂ କରଜର ପରିମାଣ ଭୋଟରମାନଙ୍କୁ ଜଣାଇବା ବାଧ୍ୟତାମୂଳକ ବୋଲି ନିର୍ବାଚନ କମିଶନ କହିଛନ୍ତି । ମାଗଣା ଯୋଜନା ଦ୍ୱାରା ରାଜକୋଷରେ କିପରି ପ୍ରଭାବ ରହିବ, ରାଜ୍ୟ ଏବଂ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ଦେବାକୁ ନିର୍ଦ୍ଦେଶ ରହିଛି । ରାଜନୈତିକ ଦଳଗୁଡ଼ିକ ଜବାବ ନଦେଲେ ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com