ବାଣିଜ୍ୟ

ଗୋଟିଏ ସପ୍ତାହରେ ରେକର୍ଡ ଭାଙ୍ଗିଲା ଶାହାରୁଖ ଖାନଙ୍କ ‘ପଠାନ’ ; ରୋଜଗାର କଲା ଏତେ କୋଟି

ଭୁବନେଶ୍ୱର, ୦୧ /୦୨/୨୦୨୩ –    ପଠାନ ଫିଲ୍ମ ଗୋଟିଏ ସପ୍ତାହ ଶେଷ କରିଛି । ଆଉ ଗୋଟିଏ ସପ୍ତାହରେ ଶାହରୁଖ ଖାନଙ୍କ ଫିଲ୍ମ ପ୍ରତିଦିନ ଏକ ନୂଆ ନୂଆ ରେକର୍ଡ କରି ଚାଲିଛି । ଏହି ସମୟରେ, ଖବର ଆସିଛି ଯେ ପଠାନ ସପ୍ତାହରେ ୬୦୦ କୋଟି ଅତିକ୍ରମ କରିଛି, ଯାହା ପ୍ରଶଂସକଙ୍କ ପାଇଁ ଖୁସିର ବିଷୟ ପାଲଟିଛି।

ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ପଠାନ କେବଳ ଗୋଟିଏ ସପ୍ତାହ ମଧ୍ୟରେ ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସରେ ୬୪୦ କୋଟି ରୋଜଗାର କରିଛନ୍ତି । ଯାହା ଜାଣି ପ୍ରଶଂସକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଏଥି ସହିତ କିଙ୍ଗ ଖାନଙ୍କ ଏହି ବ୍ଲକବଷ୍ଟର ପ୍ରତ୍ୟାବର୍ତ୍ତନରେ ପ୍ରଶଂସକମାନେ ବହୁତ ଖୁସି ଦେଖା ଯାଉଛନ୍ତି ।

ଜିରୋ ରିଲିଜ୍ ହେବାର ଚାରି ବର୍ଷ ପରେ ଶାହାରୁଖ ଖାନ୍ ‘ପଠାନ’ ସହିତ ରୂପେଲି ପରଦାକୁ ଫେରିଛନ୍ତି, ଯେଉଁଥିରେ ସେ RA ଫିଲ୍ଡ ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ଜନ୍ ଆବ୍ରାହମ୍ ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରିଥିବାର ନଜର ଆସିଛନ୍ତି। ଏହି ଫିଲ୍ମରେ ତାଙ୍କର ଦମଦାର ଅଭିନୟକୁ ପ୍ରଶଂସକମାନେ ବେଶ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com