ବାଣିଜ୍ୟ

କେନ୍ଦ୍ର ସରକାର ବଢ଼ାଇ ପାରନ୍ତି ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୨୦/୦୯/୨୦୨୨ –  କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର । ରାଜ୍ୟ ସରକାରଙ୍କ ପରେ ଖୁବଶୀଘ୍ର ମହଙ୍ଗା ଭତ୍ତା ବଢାଇ ପାରନ୍ତି କେନ୍ଦ୍ର ସରକାର । ସରକାର କର୍ମଚାରୀଙ୍କ ଡିଏରେ ମୋଟ ୪ ପ୍ରତିଶତ ବୃଦ୍ଧି କରି ପାରନ୍ତି ବୋଲି ଆଲୋଚନା ହେଉଛି । ଫଳରେ ଏହା ୩୪ ପ୍ରତିଶତରୁ ୩୮ପ୍ରତିଶତକୁ ବୃଦ୍ଧି ପାଇପାରେ ।

ଯଦି ଏପରି ଘୋଷଣା କରାଯାଏ ତେବେ ଚଳିତ ବର୍ଷର ଏହା ଏହା ଦ୍ୱିତୀୟ ମହଙ୍ଗା ଭତ୍ତା ବୃଦ୍ଧି ହେବ । ପୂର୍ବରୁ ଜାନୁଆରୀରେ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା । ସରକାର ଦୁର୍ଗାପୂଜା ପୂର୍ବରୁ ଏହା ଘୋଷଣା କରି ପାରନ୍ତି । ଚଳିତ ମାସ ୨୮ରେ ବସିବାକୁ ଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ବର୍ଷ ଜୁଲାଇରୁ ପିଛିଲା ଭାବେ ଲାଗୁ କରାଯାଇପାରେ।

Related Articles

Back to top button
WP Twitter Auto Publish Powered By : XYZScripts.com