ବାଣିଜ୍ୟ

ଅନଲାଇନ ବେଟିଂ ଗେମ୍‌ ପାଇଁ ନୂଆ ଆଇନ

ଭୁବନେଶ୍ୱର, ୦୭/ ୦୪/ ୨୦୨୩ –   ଆପଣ ଡ୍ରିମ ଇଲେଭେନ, ଲିଗ ଇଲେଭେନ, ଭଳି ଅନ୍ୟାନ୍ୟ ଅନଲାଇନ ଗେମରେ ବେଟିଂ ଲଗାଉଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ । ନହେଲେ ଯିବାକୁ ପଡିପାରେ ଜେଲ । କାରଣ ଭାରତ ସରକାର ଏଥିପାଇଁ ନୂଆ ଆଣିଛନ୍ତି ।

ଅନଲାଇନରେ ବଢୁଥିବା ଠକେଇକୁ ନଜରରେ ରଖି ସରକାର ଅନଲାଇନ ଗେମିଂ ପାଇଁ ଏହି ଆଇନ ଆଣିଛନ୍ତି । ନୂଆ ଆଇନ ଅନୁସାରେ ଅନଲାଇନରେ ବେଟିଂ ଏବଂ ଜୁଆ ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନଲାଇନ ଗେମକୁ ଅନୁମତି ଦେବା ଲାଗି ସହଜ ନୀତି ଗ୍ରହଣ କରାଯାଇଛି । ତେବେ ରିୟଲ ମନି ଗେମକୁ ଅନୁମତି ଦିଆଯିବ କି ନାହିଁ ତାହା ନିୟାମକ ବ୍ୟବସ୍ଥା ଜରିଆରେ ନିର୍ଦ୍ଧାରଣ କରାଯିବ ବୋଲି ଆଇଟି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କହିଛନ୍ତି ।

କେଉଁ ଗୁଡିକୁ ଅନଲାଇନ ଗେମ୍‌ କୁହାଯିବ ତାହାର ନିୟମ ସମ୍ପୃକ୍ତ ସଂସ୍ଥା ସ୍ଥିର କରିବେ । ଯେଉଁଥିରେ ବାଜି ଲଗାଇବା କିମ୍ବା ଜୁଆ ସହ ଜଡିତ ଥିବ ତାକୁ ଅନୁମତି ଦିଆଯିବ ନାହିଁ । ତେବେ ଏହି ନିୟମକୁ ସ୍ୱାଗତ କରିଛି ସର୍ବ ଭାରତୀୟ ଗେମିଂ ମହାସଂଘ ।

Related Articles

Back to top button
WP Twitter Auto Publish Powered By : XYZScripts.com