ଜାତୀୟ

ସିନ୍ଦେ ଗୋଷ୍ଠୀର ଦୁଇ ବିଧାୟକଙ୍କ ପୁରୁଣା ରାଗ, ଅଡିଓ କ୍ଲିପ୍ ଖୋଲିଲା ଗୁମର

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜଣେ ବିଧାୟକଙ୍କ ଅଡିଓ କ୍ଲିପ୍ ଭାଇରାଲ ହୋଇଛି । ଯେଉଁଥିରେ ଜଲଗାଓଁ ଜିଲ୍ଲାର ଅରଣ୍ଡୋଲ ବିଧାୟକ ମହାରାଷ୍ଟ୍ରର ଜଣେ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଆଣିଛନ୍ତି । ପ୍ରାୟ ୭ ମିନିଟର ଏହି ଅଡିଓ କ୍ଲିପରେ ଅରଣ୍ଡୋଲ ବିଧାୟକ ଚିମନରାଓ ପାଟିଲ ଦାବି କରିଛନ୍ତି ଯେ, ସେହି ଜିଲ୍ଲାରେ ରହୁଥିବା ଗୁଲାବରାଓ ୨୦୧୪ରେ ତାଙ୍କୁ ହରାଇବା ପାଇଁ କାମ କରୁଥିଲେ । ଏହାସହ ଚିମନରାଓ ଏକ ନ୍ୟୁଜ ଚ୍ୟାନେଲରେ ଅଡିଓର ସତ୍ୟତା ନେଇ ସ୍ପଷ୍ଟ କରିଛନ୍ତି ।

ସୂଚନାନୁସାରେ, ଅରଣ୍ଡୋଲ ବିଧାୟକ ଚିମନରାଓ ଓ ମହାରାଷ୍ଟ୍ରର ପୂର୍ବତନମନ୍ତ୍ରୀ ଗୁଲାବରାଓ ଶିବସେନାର ବିଦ୍ରୋହୀ ବିଧାୟକ ଅଟନ୍ତି । ଉଊୟ ଗତ ମାସରେ ଉଦ୍ଧବ ଠାକରେଙ୍କ ସରକାର ପତନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ,ସେମାନେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିଥିଲେ ।

ଭାଇରାଲ କ୍ଲିପରେ କର୍ମୀ ଓ ବିଧାୟକଙ୍କ ଆଲୋଚନା

ଭାଇରାଲ ଅଡିଓରେ ଚିମନରାଓ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି । ସେ କହୁଛନ୍ତି ଯେ, ସେ ନିଜ ନିର୍ବାଚନମଣ୍ଡଳୀରେ ସାମ୍ନା କରୁଥିବା ସମସ୍ୟାକୁ ଶିବସେନା ମୁଖିଆଙ୍କ ଆଗରେ କହିକହି ଥକି ଗଲେଣି । କିନ୍ତୁ କିଛି ଫାଇଦା ହେଉନାହିଁ । ଦଳ କୌଣସି ଆର୍ଥିକ ସହଯୋଗ ମଧ୍ୟ କରୁନି । ସେ ନିଜେ ଉଦ୍ଧବଙ୍କୁ ବ୍ୟକ୍ତିଗତ ଭାବେ ସବୁ କହିଛନ୍ତି । କିଛି ସୁଫଳ ମିଳିନାହିଁ । ଏହାସହ ପୂର୍ବତନ ମନ୍ତ୍ରୀ ଗୁଲାବରାଓ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଡିଓ କ୍ଲିପରେ ଶୁଣିବାରୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com