ଜାତୀୟ

୨୧୫ କୋଟି ଟଙ୍କା ଠକେଇ ଅଭିଯୋଗରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ଇଡିର ଚାର୍ଜସିଟ

୨୧୫ କଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ  ଅଭିଯୁକ୍ତ କରିଛି। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିବାର ସମ୍ଭାବନା ଅଛି। ‘କୋନ୍‌ମ୍ୟାନ୍‌’ ସୁକେଶ ଚନ୍ଦ୍ରଶେଖର ଅଭିଯୁକ୍ତ ହୋଇଥିବା ମାମଲାରେ ପୂର୍ବରୁ ଅଭିନେତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କେବଳ ପଚରାଉଚରା କରାଯାଇଥିଲା । ଅଭିଯୁକ୍ତ ନାମିତ ହୋଇଥିଲେ ସୁଦ୍ଧା ତାଙ୍କୁ ଗିରଫ କରାଯିବ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବଟି ଆଦାୟରୁ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ ଭାଗ ପାଉଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିପାରିଛି । ସୁକେଶ ଫର୍ଣ୍ଣାଡିଜ୍‌ଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ  ଉପହାର ଦେଇଥିଲେ ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିଥିଲା । ଏଯାବତ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ ଫର୍ଣ୍ଣାଡିଜ୍‌ଙ୍କର ୭ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ‘ଆଟାଚ୍‌’ କରିଛି । ‘ଆଟଚ୍‌’ ହୋଇଥିବା ସମ୍ପତ୍ତି ମଧ୍ୟରେ ଫର୍ଣ୍ଣାଡିଜ୍‌ ନାମରେ ‘ଫିକ୍ସ୍‌ଡ୍‌ ଡିପୋଜିଟ୍‌’ ହୋଇଥିବା ୭.୧୨ କୋଟି ଟଙ୍କା।

Related Articles

Back to top button