ବାଣିଜ୍ୟ

ଯକୃତ ଆକ୍ରାନ୍ତ ରୋଗରେ ପୀଡ଼ିତଙ୍କୁ ସହାୟତାର ହାତ ବଢେଇଲା ସ୍ଵେଚ୍ଛାସେବୀ ସଂଗଠନ

ବ୍ରହ୍ମପୁର, ୧୭/୦୮/୨୦୨୨-   ଗଞ୍ଜାମ ଜିଲ୍ଲା ”ବିପଦର ବନ୍ଧୁ” ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ବେଗୁନିଆପଡା ବ୍ଲକ୍ ଅନ୍ତର୍ଗତ ତାଳସର ଗ୍ରାମର କୃଷ୍ଣଚନ୍ଦ୍ର ଭୂୟାଁଙ୍କୁ  36, 500 ଟଙ୍କା ପ୍ରଦାନ କରାଯାଇଛି । ତାଳସର ଗ୍ରାମର ମାଗୁଣି ଭୂୟାଁ ଏବଂ ପ୍ରମିଳା ଭୂୟାଁଙ୍କ ଦୁଇ ପୁଅ ଏବଂ ଜଣେ ବୋହୂ ସମୁଦାୟ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ତାଙ୍କ ପରିବାର ଢେର୍ ହସଖୁସିରେ ଚାଲିଥିଲା । ବଡ ପୁଅ କୃଷ୍ଣଚନ୍ଦ୍ର ଭୂୟାଁ  ବେଗୁନିଆପଡା ବ୍ଲକ  ତାଳସର ପଞ୍ଚାୟତରେ ଯୋଗାଣ ସହାୟକ ଭାବେ ଠିକା କର୍ମଚାରୀ ଭାବେ ମାସିକ ପାଞ୍ଚ ହଜାର ଟଙ୍କା ଦରମାରେ କାର୍ଯ୍ୟ କରୁଥିଲେ । ହଠାତ୍ ଗତ ଚାରି ପାଞ୍ଚ ମାସ ତଳେ ବଡ ପୁଅ କୃଷ୍ଣର ଦେହ ଖରାପ ହେବାରୁ ଚିକିତ୍ସା ପରେ ସେମାନେ ଜାଣିବାକୁ ପାଇଲେ ଯେ ତାହାର ଦୁଇ ଗୋଟି ଲିଭର ପାଖାପାଖି ୭୦% ଖରାପ ଅଛି । ବିଭିନ୍ନ ମେଡିକାଲ୍ ରେ ଚିକିତ୍ସା ପରେ ସେ ସୁସ୍ଥ ନ ହେବାରୁ ଶେଷରେ ଭୁବନେଶ୍ଵର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଙ୍କ କହିବା ମୁତାବକ କୃଷ୍ଣଙ୍କର ଦୁଇ ଗୋଟି ଯକୃତ ପ୍ରତିରୋପଣ କରିବାକୁ ପଡିବ ଏଥିନିମନ୍ତେ ପ୍ରାୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଖର୍ଚ୍ଚ ହେବ । ଏତେ ଟଙ୍କା କୋଉଠି ଆଣିବେ ଏବଂ ଭେଣ୍ଡିଆ ରୋଜଗାରିଆ ପୁଅ କେମିତି ସୁସ୍ଥ ହେବ ଏ ନେଇ ସହାୟତା ପାଇଁ ନିବେଦନ କରିଥିଲେ ପରିବାର ଲୋକ । ଏହି ଖବର ପାଇ ”ବିପଦର ବନ୍ଧୁ” ସଂଗଠନ କୃଷ୍ଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବା ସହ  ଆର୍ଥିକ ରାଶି ପ୍ରଦାନ କରିଥିଲେ । ଏଥିରେ ବିଶ୍ଵାମିତ୍ର ତ୍ରିପାଠୀ, ଅଶୋକ କୁମାର ପଣ୍ଡା, ଗୋପବନ୍ଧୁ ଆଚାରୀ, ଉତ୍ତମ କୁମାର ନାୟକ, ସନ୍ତୋଷ କୁମାର ସ୍ଵାଇଁ, ପ୍ରସନ୍ନ କୁମାର ନାୟକ, ରାଜେନ୍ଦ୍ର କୁମାର ସାହୁ, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ବିଭିନ୍ନ ସମୟରେ ବିପଦର ବନ୍ଧୁ ସଂଗଠନ ଗଞ୍ଜାମ ଜିଲ୍ଲାରେ ରକ୍ତ ଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ କରିବା ସହ ଅସହାୟମାନଙ୍କୁ ସହାୟତା ଯୋଗାଇଦେବା ସହ ସ୍ୱାବଲମ୍ବୀ କରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ସଂଗଠନ ବିନା ସରକାରୀ ପ୍ରୋତ୍ସାହନରେ ସଭ୍ୟ ମାନଙ୍କ ଦେୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନେଉଥିବାର ଦେଖିବାକୁ ମିଳିଛି । ସଂଗଠନର ଏଭଳି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପ୍ରସଂସାର ପାତ୍ର ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com