Featuredଓଡ଼ିଶା

ଓଡ଼ିଶା ଆସିବେ ମୋଦି, ଓଡ଼ିଆ ଖାଦ୍ୟ ପରଷିବ ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୯ରେ ଭୁବନେଶ୍ୱର ଆସି ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜଧାନୀରେ ଆୟୋଜିତ ହେବାକୁ ଥିବା ଡିଜି ସମ୍ମିଳନୀରେ ସାମିଲ ହେବେ ମୋଦୀ । ସ୍ୱାଧୀନତା ପରେ ଏହା ପ୍ରଥମ ଡିଜି ସମିଳନୀ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆସିବେ ଏବଂ କାର୍ୟ୍ୟକ୍ରମରେ ଯୋଗଦେବେ ।

ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଏକ ସଭାର ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବ । ଭୁବନେଶ୍ୱର କାର୍ୟ୍ୟାଳୟରେ କରିବେ ରାତ୍ରି ଭୋଜନ । ତେବେ ଏହି ଅବସରରେ ମୋଦୀକୁ ମନପସନ୍ଦ ଓଡ଼ିଆ ଖାଦ୍ୟ ଦେବାକୁ ଚିନ୍ତା କରିଛି ବିଜେପି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଆସନ୍ତା ୨୯ତାରିଖରୁ ଭୁବନେଶ୍ବରରେ ଆରମ୍ଭ ହେବ ତିନିଦିନିଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ସମ୍ମିଳନୀ। ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଡିଜିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀ‌ର ଦ୍ବିତୀୟ ଦିନରେ ସମସ୍ତ ପୁଲିସ ଡିଜିଙ୍କ ସହ ଦେଶର ଅନ୍ତରୀଣ ସୁରକ୍ଷା ଓ ଜାତୀୟ ସୁରକ୍ଷା ନେଇ ଆଲୋଚନା କରିବା ସହ ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେବାର କାର୍ୟ୍ୟକ୍ରମ ସ୍ଥିର ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୨୯ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି।

Related Articles

Back to top button