Featuredଜାତୀୟରାଜନୀତି

ଜେଲ୍‌ରୁ ମନ୍ତ୍ରୀଙ୍କ ମସାଜ୍‌ ଭିଡିଓ ଭାଇରାଲ

ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ମସାଜ କରାଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଜୈନଙ୍କୁ ମସାଜ ସୁବିଧା ଦିଆଯାଉଥିବା ଦେଖାଯାଉଛି । ତିହାର ଜେଲ ଭିତରୁ ଆସିଥିବା ଏହି ସିସିଟିଭି ଫୁଟେଜକୁ ନେଇ ଆପ୍ ଉପରେ ବର୍ଷିଛି ବିଜେପି । ଜେଲ ନିୟମ ଉଲ୍ଲଂଘନ କରାଯାଇ ଜୈନଙ୍କୁ ଭିଭିଆଇପି ଭାବେ ସେବା ଦିଆଯାଉଛି ବୋଲି କହିଛନ୍ତି ବିଜେପି ନେତା ସେହଜାଦ ପୁଲାଓ୍ବାଲା । ମନି ଲଣ୍ଡରିଂ ମାମଲାରେ ଜୈନ୍‌ ଜେଲରେ ଥିବା ବେଳେ ତାଙ୍କୁ ସ୍ବତନ୍ତ୍ର ସୁବିଧା ଦିଆଯାଉଛି ବୋଲି ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ନେଇ ଇଡି ଗୃହ ମନ୍ତ୍ରଣାଳୟକୁ ଜଣାଇବା ପରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରି ରିପୋର୍ଟ ମାଗିଥିଲା ଗୃହ ମନ୍ତ୍ରଣାଳୟ । ସେପଟେ ସତ୍ୟେନ୍ଦ୍ର ଜୈନଙ୍କୁ ଆକ୍ୟୁପଙ୍କଚର ଥେରାପି ଦିଆଯାଉଥିଲା ବୋଲି ସଫେଇ ଦେଇଛି ଆମ ଆଦମୀ ପାର୍ଟି ।

Related Articles

Back to top button
WP Twitter Auto Publish Powered By : XYZScripts.com