Breaking NewsFeaturedରାଜନୀତି

ଗଣେଶ ଚତୁର୍ଥୀରୁ ନୂଆ ସଦନରେ କାର୍ଯ୍ୟାରମ୍ଭ

ଚଳିତ ବର୍ଷ ମେ ୨୮ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ କରାଯାଇଥିଲା । ହେଲେ ଜୁନ ମାସରେ ବସିଥିବା ମୌସୁମୀ ଅଧିବେଶନ କିନ୍ତୁ ପୁରୁଣା ସଂସଦ ଭବନରେ ବସିଥିଲା । ନୂତନ ସଂସଦ ଭବନରେ କେବେ ଗୃହ କାର୍ଯ୍ୟ ଆରମ୍ଭ ହେବ ତାକୁ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ବର୍ତ୍ତମାନ ଏସବୁରେ ପୂର୍ଣ୍ଣେଛେଦ ପଡିଛି । କାରଣ ଗଣେଶ ଚତୁର୍ଥୀ ଅବସରରେ ୧୯ ତାରିଖ ଠାରୁ ନୂଆ ସଂସଦ ଭବନରେ ଆରମ୍ଭ ହେବ ଗୃହ କାର୍ଯ୍ୟ । ସେପ୍ଟେମ୍ବର ୧୮ରେ ମୋଦି ସରକାର ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏହି ଅଧିବେସନ ୧୮ରୁ ୨୨ ତାରିକ ପର୍ଯ୍ୟନ୍ତ ଚାଲିବ । ୧୯ ତାରୁକରେ ଗଣେଶ ଚତୁର୍ଥୀ ଅବସରରେ ନୂଆ ସଂସଦ ଭବନରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ହେଲେ ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନର କାର୍ଯ୍ୟ ପୂରୁଣା ସଂସଦ ଭବନେରେ ହେବ । ତେବେ ଚଳିତ ବର୍ଷ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଉଦଘାଟନ କରିଥିଲେ । ହେଲେ ନୂଆ ବିଲ୍ଡିଂରେ ଗୃହ କାର୍ଯ୍ୟ ଆରମ୍ଭ ହୋଇନଥିଲା ।

ମୌସୁମୀ ଅଧିବେଶନ ସଂପୂର୍ଣ୍ଣ ଭାବରେ ସଂସଦର ପୁରୁଣା ବିଲ୍ଡିଂରେ ହିଁ ହୋଇଥିଲା । କିନ୍ତୁ ଏବେ ଯେତେବେଳେ ସ୍ୱତନ୍ତ୍ର ଅଧିବେଶନ ବସିବ ସେତେବେଳେ ସିଫ୍ଟ କରାଯିବ । ସେହିପରି କୁହାଯାଉଛି ଯେ ଆଗକୁ ଏଣିକି ସବୁ କାମ ନୂଆ ବିଲ୍ଡିଂରେ ହେବ । ଅର୍ଥାତ ଶୀତ ଅଧିବେଶନ ମଧ୍ୟ ନୂଆ ବିଲ୍ଡିଂରେ ହେବ । ସେହିପରି ମୋଦି ସରକାର ସଂସଦର ଯେଉଁ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି ସେଥିରେ ସମୁଦାୟ ୫ ଟି ବୈଠକ ବସିବ । ଏହି ଅଧିବେଶନର ମୁଖ୍ୟ ଏଜେଣ୍ଡା କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଯାହା ଚର୍ଚ୍ଚା ହେଉଛି ୱାନ ନେସନ ୱାନ ଇଲେକ୍ସନ, ମହିଳା ସଂରକ୍ଷଣ ସମେତ ଅନେକ ପ୍ରସଙ୍ଗ ଉଠିପାରେ । ତେବେ ଏହି ସ୍ୱତନ୍ତ୍ର ଅଧିବେଶନ ଉପରେ ସାରା ଦେଶବାସୀଙ୍କର ନଜର ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com