ଓଡ଼ିଶା

୩୦ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ଆଇନଜୀବୀଙ୍କ ପୁଅ ସହ ବସ କଣ୍ଡକ୍ଟର ଗିରଫ

ଭୋଗରାଇ/ଚନ୍ଦନେଶ୍ୱର()  ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥର ବାଟଗ୍ରାମ ପୋଲ ନିକଟରୁ ଭୋଗରାଇ ଥାନା ପୁଲିସ ଗତକାଲି ସନ୍ଧ୍ୟା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ୩୦୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ କରିଛି। ଏଥିସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ସାଙ୍ଗରେ ଥିବା ଏକ ଦାମୀ ବାଇକ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ ବ୍ରାଉନ ସୁଗାର ମାମଲାରେ ଗିରଫ ହୋଇଥିବା ୨ଜଣ ଯୁବକଙ୍କ ମଧ୍ୟରୁ ଜଣେ ହେଲେ ସ୍ଥାନୀୟ ଅଞ୍ଚଳର ଜଣେ ପ୍ରତିଷ୍ଠିତ ଆଇନଜୀବୀଙ୍କ ପୁଅ ଏବଂ ଅନ୍ୟଜଣେ ବସ କଣ୍ଡକ୍ଟର।

ଏଣେ କିଛିଦିନ ତଳେ ବାଲେଶ୍ଵରର ହୋଟେଲ ଲିଓ ସାଇ ଇଣ୍ଟରନାସନାଲର ବିପରୀତ ପାର୍ଶ୍ଵ ଜାତୀୟ ରାଜପଥ-୧୬ ରାସ୍ତାକଡ଼ରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ଟିମ୍ ୧ କେଜି ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ କଲିମ ନାମକ ଜଣେ ବ୍ରାଉନସୁଗାର ବେପାରିକୁ ଧରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା।

ତେଣେ କିଛି ଦିନତଳେ ଜଳେଶ୍ୱର ସହରରେ ବ୍ରାଉନସୁଗାର ବିକ୍ରି କରାଯାଉଥିବା ବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ  ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ। ଏଥିସହ ତିନି ଜଣଙ୍କୁ ଗିରଫ କରିଥିଲା ପୁଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଥିଲେ।

ଗିରଫ ମହିଳା ଏବଂ ତାଙ୍କ ସହଯୋଗୀ ଯୁବକଙ୍କ ଘର ଜଳେଶ୍ବର ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ଯୁବକଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ଜଳେଶ୍ଵରରୁ ବାଲେଶ୍ବରକୁ ବ୍ରାଉନ ସୁଗାର ଚାଲାଣ ସମୟରେ ଜଳେଶ୍ବର ପୁଲିସ ଚଢ଼ାଉ କରିଥିଲା। ଉଭୟ ଦୁଇ ବିକ୍ରେତା ଓ ଜଣେ କ୍ରେତାକୁ ଗିରଫ କରିଥିଲା ପୁଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com