ଜାତୀୟ

ମିଥ୍ୟା ଖବର ପ୍ରସାରଣ ପଡ଼ିଲା ଭାରି , ଭାରତ ସରକାର ବ୍ୟାନ୍ କଲେ ୮ଟି ୟୁଟ୍ୟୁବ ଚ୍ୟାନେଲ୍‌

ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରସାରଣ ସରକାରଙ୍କ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେନ୍ଦ୍ର ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେଉଛନ୍ତି । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ସହ ଜଡିତ ପ୍ରଚାର ପ୍ରସାର ପାଇଁ ଗୁରୁବାର ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ସହ ମୋଟ ୮ ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧୀ ଖବର ପ୍ରସାରଣ କରିବା ନେଇ ଜଣାପଡିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଇଟି ଅଧିନିୟମ ୨୦୨୧ କ୍ରମରେ ଏହି ଚ୍ୟାନେଲଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ଚ୍ୟାନେଲଗୁଡିକରେ ମୋଟ ୧୧୪ କୋଟି ୟୁଜର ଥିବା ବେଳେ ୮୫ଲକ୍ଷ ୭୩ ହଜାର ସବକ୍ସ୍ରାଇବର ରହିଛନ୍ତି । ଏହି ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକ ମଧ୍ୟରେ ରହିଛନ୍ତି ଲୋକତନ୍ତ୍ର ଟିଭି, ୟୁ ଆଣ୍ଡ ବି ଟିଭି, ଏଏମ ରାଜବୀ, ଗୌରବଶାଲୀ, ପବନ ମିଥିଲାଞ୍ଚଲ, ସି ଟପ୍ ୫ ଟିଏଚ, ସରକାରୀ ଅପଟେଡ, ସବକୁଛ ଦେଖୋ ଓ ଏକ ପାକିସ୍ତାନୀ ଚ୍ୟାନେଲ ନ୍ୟୁଜ କି ଦୁନିଆ ସାମିଲ ଅଛି। ୮ ଟି ୟୁଟ୍ୟୁବ ଚ୍ୟାନେଲ ବ୍ୟତୀତ ଗୋଟିଏ ଫେସବୁକ ପେଜ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ ଖବରମାନ ପ୍ରସାରଣ କରୁଥିଲେ । ଏହାସହ ଏହି ଚ୍ୟାନେଲମାନଙ୍କରେ ଅନେକ ମିଥ୍ୟା ଖବର ପ୍ରସାରଣ ହେଉଥିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାଣିବାକୁ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com