
ଭୁବନେଶ୍ୱର, ୦୮/୦୮/୨୦୨୨- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହାଙ୍କ । ଦଳୀୟ ନେତୃତ୍ୱ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି ଶାହା । ପ୍ରାୟ ୫୦ମିନିଟ ଧରି ବୈଠକ କରିଥିଲେ ଅମିତ ଶାହା । ୨୦୨୪ ନିର୍ବାଚନ ପାଇଁ ବୁଥ ସ୍ତରରେ ସଂଗଠନକୁ କିପରି ମଜଭୁତ ହେବ ସେନେଇ ପ୍ରତ୍ୟେକ କର୍ମୀଙ୍କୁ ବୁଝାଇଛନ୍ତି ଶାହା । ଓଡିଶାରେ ସରକାର ଗଢିବାର ବହୁ ସମ୍ଭାବନା ଓ ସୁଯୋଗ ଅଛି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା, ମୋଦୀ ସରକାରଙ୍କ ସଫଳ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ କଠିନ ପରିଶ୍ରମ କରି ଲଢେଇ କଲେ ସରକାରକୁ ଆସିବା ପାରିବା ବୋଲି ଶାହା କହିଛନ୍ତି । ସମୀକ୍ଷା ବୈଠକରେ ରାଜ୍ୟ ପଦାଧିକାରୀ ଓ କୋର କମିଟି ସଦସ୍ୟ ଉପସ୍ଥିତ ରହିଥିଲେ ।