ଅନ୍ୟାନ୍ୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମବେଳେ କାହିଁକି ମନା କରାଯାଇଥିଲା ସାମ୍ବାଦିକମାନଙ୍କୁ ? ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର, ୨୮ /୦୨/୨୦୨୩ –   ନିକଟରେ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମବେଳେ ସାମ୍ବାଦିକମାନଙ୍କୁ ଭିତରକୁ ନଛଡ଼ା ଯିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ କେଉଁ କାରଣରୁ ଏବଂ କ’ଣ ପାଇଁ ସାମ୍ବାଦିକମାନଙ୍କୁ ରମାଦେବୀ ମହାବିଦ୍ୟାଳୟ କାର୍ଯ୍ୟକ୍ରମକୁ ଛଡ଼ାଯାଇ ନଥିଲା ସେ ନେଇ ସଂକ୍ରାନ୍ତରେ ବିଭାଗ ଅବତ ଅଛନ୍ତି କି ? ଯଦି ହଁ, ତେବେ ଏଥିପାଇଁ କିଏ ନିଷ୍ପତ୍ତି ନେଇଥିଲା ।

ସାମ୍ବାଦିକମାନଙ୍କ ପ୍ରତି ଏଭଳି ବ୍ୟବହାର ପାଇଁ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ପଚାରିଥିଲେ ବିଜେପି ବିଧାୟିକା କୁସୁମ ଟେଟେ । ତେବେ କୁସୁମଙ୍କ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ।

ପ୍ରଦୀପ କହିଛନ୍ତି – ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକ ମାନଙ୍କୁ ଛଡ଼ା ନଯିବା ସଂକ୍ରାନ୍ତରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅବଗତ ନାହାନ୍ତି । ଫେବୃଆରୀ ୬ ତାରିଖରେ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତିଙ୍କର ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ କମନ ଫିଡ୍ ବ୍ୟବସ୍ଥା ରାଜ୍ୟ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com