ଅନ୍ୟାନ୍ୟ

କଳାକନା ବୁଲେଇ ଦେଉଛନ୍ତି ଚୋର

ରାଜଧାନୀରେ ବଢୁଛି ଆତଙ୍କ । ଦିନ ଦ୍ଵିପହରରେ ଲୁଟ୍ ପାଟ୍ ଚାଲିଛି ରାଜଧାନୀରେ । ପୋଲିସ୍ କୁ ମିଳୁଛି ଖୁଲମ୍ ଖୁଲା ଚ୍ୟାଲେଞ୍ଜ । ଏଠାର ପ୍ରଶ୍ନ ଉଠୁଛି ଲୁଟେରାଙ୍କୁ ଏତେ ସାହସ ମିଳୁଛି କେଉଁଠି । ତାହା ପୁଣି ରାଜ୍ୟ ରାଜଧାନୀରେ । ମାଳ ମାଳ ସିସିଟିଭି , ପୋଲିସ୍ ର ଘନ ଘନ ଆତ ଜାତ ଭିତରେ କେମିତି ସମ୍ଭବ ହେଉଛି ଏହି ଲୁଟ୍ ପାତ୍ ।

ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୨ଟି ଆପାର୍ଟମେଣ୍ଟ , ୩୧ ଘରୁ କରି ସାରିଲେଣି ଲୁଟ୍ । ଯେଉଁଥି ପାଇଁ ଭୟଭୀତ ଅଛନ୍ତି ଏବେ ରାଜଧାନୀ ବାସି । ନିଜ ଘର ଛାଡ଼ି ଜିବା ପାଇଁ ମନରେ ରହିଛି ଅନେକ ଡର । କାରଣ ଏହି ଲୁଟେରା ମାନେ ଆଖି ପିଛୁଳାକେ ଲୁଟି ନେଉଛନ୍ତି ଲୋକ ମାନେ ଝାଳ , ନାଳ ଏକାଠି କରି ଅର୍ଜିଥିବା ଧନ ।

ଏଭଳି ଆଉ ଏକ ଲୁଟ୍ ଦେଖିବାକୁ ମିଳିଛି ବଡଗଡ ଥାନା ବ୍ରମ୍ହେଶ୍ୱର ବାଗ ଅଞ୍ଚଳରେ । ସେଠାରେ ରହୁଥିବା ସୁରଞ୍ଜନ କୁମାର ଦାସଙ୍କ ଘରେ କଳାକନା ବୁଲେଇ ଦେଇଛନ୍ତି ଲୁଟେରା । ଗତ ୨୦ ତାରିଖ ଦିନ ସୂରଞ୍ଜନ କୌଣସି କାମ ପାଇଁ ବାହାରକୁ ଯାଇଥିଲେ ।

ତାହା ଠାରୁ ମାତ୍ର ୧୨ ଟାରୁ ୨ଟା ପର୍ଯ୍ୟନ୍ତ । ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ବାହାରେ ଥିଲେ । ଏହି ୨ ଘଣ୍ଟା ପରେ ସେ ଯେତେବେଳେ ଘରକୁ ଫେରନ୍ତି ଲୁଟେରା ଘରୁ ସୁନା ଓ ସବୁ ଟଙ୍କା ନେଇ ଫେରାର ହୋଇ ସାରିଥିଲେ ।

ସୂଚନା ଅନୁସାରେ ଲୁଟେରା ପ୍ରାୟ ୧୫ ଲକ୍ଷ ଟଙ୍କାର ସୁନା ଓ ୫୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ୍ ପୋଡ଼ା ପୁନିଆ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ହେଲେ ସେମାନଙ୍କ ଠାରୁ ଚୋରି ଜିନିଷ ଜବତ କରିବାରେ ବିଫଳ ହୋଇଛି ପୋଲିସ୍ । ସେମାନଙ୍କ କହିବା ଅନୁସାରେ ସେମାନେ ସବୁ ସୁନା ବିକି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com