ଅନ୍ୟାନ୍ୟ

ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ୫ ଗିରଫ

ବ୍ରହ୍ମପୁର, ୨୫ /୦୮/୨୦୨୨ –  ଗୋଲାପଲ୍ଲୀ ସାହିର ଯୁବ ସମାଜସେବୀ ମିଟୁ ଘଡେଇଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୈଦ୍ୟନାଥପୁର ଥାନା ପୁଲିସ ୫ ଅଭିଯୁକ୍ତ ସୁଲତାନ ବେହେରା, ମଣ୍ଟୁ ବେହେରା, ଛୋଟୁ ବେହେରା, ରାଜଗୁରୁ ମାଦେଇ ଓ ଚିନ୍ତାମଣି ନାୟକଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରିଛି । ପାଏଲ ହଲ ସମ୍ମୁଖ ବୈକୁଣ୍ଠନଗର ଛକରେ ଦୀର୍ଘ ଦିନ ହେବ ଚିକେନ ଦୋକାନ କରିଥିବା ମିଟୁ ଏକାଧିକ ବ୍ୟବସାୟରେ ସଂପୃକ୍ତ ରହିଥିଲେ । ଯାହାକୁ ନେଇ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ତାଙ୍କ ପ୍ରତି ଶତ୍ରୁତା ଆଚରଣ କରି ଆସୁଥିଲେ । ଏପରିକି ପୂର୍ବରୁ ମଧ୍ୟ ମିଟୁ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ୨ ଦିନ ତଳେ ମିଟୁ ବ୍ରହ୍ମାନଗର ଗଳି ଦେଇ ଯାଉଥିବା ବେଳେ ଉପରୋକ୍ତ ୫ ଅଭିଯୁକ୍ତ ତାଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ ଆରମ୍ଭ କରିଥିଲେ । ଆକ୍ରମଣ ଯୋଗୁ ମିଟୁଙ୍କ ଗୋଡ ଓ ହାତ ଭାଙ୍ଗିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ମିଟୁଙ୍କୁ ପ୍ରଥମେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣାସ୍ଥିତ ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାକୁ ନେଇ ମିଟୁଙ୍କ ମାଆ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com