ଅନ୍ୟାନ୍ୟ

୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

ଭିତରକନିକା, କେନ୍ଦ୍ରାପଡ଼ା,  ୩୦/ ୦୪/ ୨୦୨୩ –   ମେ ୧ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ରାଦନଗର ବନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମେ ୧ରୁ ଜୁଲାଇ ୩୧ ଦିର୍ଘ ତିନି ମାସ ଯାଏଁ ଭିତରକନିକା ଜାତୀୟ ଉଦ୍ୟାନକୁ ଯାଇପାରିବେନି ପର୍ଯ୍ୟଟକ ।

ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ସମୟ ଥିବାରୁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଭିତରକନିକା ପରିଭ୍ରମଣ ଓ ପ୍ରବେଶକୁ ବନ୍ଦ ରଖାଯିବ । ଏହି ସମୟରେ ଉଭୟ ପୁରୁଷ ଓ ମା କୁମ୍ଭୀର ମିଳନ ପର୍ବରେ ନିମଗ୍ନ ରହିଥାନ୍ତି । ଆଉ ଏହି ସମୟ ମଧ୍ୟରେ ମା କୁମ୍ଭୀର ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଥାନ୍ତି । ଉଭୟ ମା ଓ ପୁରୁଷ କୁମ୍ଭୀର ନଦୀକୂଳ ଠାରୁ ଜଡୁଆର ଛୁଇଁ ପାରୁନଥିବା ସୁରକ୍ଷିତ ସ୍ଥାନରେ ହେନ୍ତାଳ ଆଉ ଖରଖରି ପତ୍ରରେ ବସା ବାନ୍ଧିଥାନ୍ତି ।

ଏହି ବସାରେ ମା କୁମ୍ଭୀର ଆଣ୍ଡାଦାନ କରିଥାନ୍ତି । ସେମାନଙ୍କ ପ୍ରଜନନ ପକ୍ରିୟା ଠାରୁ ଆରମ୍ଭ କରି ଅଣ୍ଡାଦାନ ପର୍ଯ୍ୟନ୍ତ କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୩ ମାସ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବେଶ ଓ ପରିଭ୍ରମଣକୁ ବନ୍ଦ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com