ଓଡ଼ିଶା
କବିସୂର୍ଯ୍ୟନଗର ଠାରେ ସିପିଆଇ ପକ୍ଷରୁ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ
![](https://i0.wp.com/odia.mobilenews24x7.com/wp-content/uploads/2022/08/WhatsApp-Image-2022-08-23-at-2.48.41-PM.jpeg?resize=780%2C470&ssl=1)
କବିସୂର୍ଯ୍ୟନଗର, ୨୩/୦୮/୨୦୨୨- ସିପିଆଇ ପକ୍ଷରୁ ଆଞ୍ଚଳିକ ସମ୍ମିଳନୀ ଗଞ୍ଜାମ ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ୟ ସାଥି ପ୍ରବୀଣ କୁମର ଦାଶଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ବନଦେବୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମିଳନୀରେ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ଯୋଗ ଦେଇଥିବାବେଳେ ଯୁବ ନେତା ଗୁରୁନାଥ ପ୍ରଧାନ ଯୋଗ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁରାଜି ନାୟକ, କବିରାଜ ଗଉଡ଼, ମଜୀତ ଖାନ, ରଜନୀ ନାହାକ, ଦୁର୍ଗା ପ୍ରସାଦ ତ୍ରିପାଠୀ, କୁମର ବିଶୋଇ, ମନମଥ ଦାଶ, ବାଉରୀ ବନ୍ଧୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଏହି ସମ୍ମିଳନୀରେ ସେପ୍ଟେମ୍ବର ୩,୪ ରେ ହେଉଥିବା ଗଞ୍ଜାମ ଜିଲ୍ଲା ସମିଳନୀ ପାଇଁ ପ୍ରତନିଧି ଚୟନ କରାଯିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା l