ଜାତୀୟମନୋରଞ୍ଜନ

ରବୀନା ଟଣ୍ଡନଙ୍କ ଭାଇକୁ ଛାଡପତ୍ର ପରେ ବିବାହ କରିବେ ରାକ୍ଷୀ, ୭ବର୍ଷ ହେବ କରୁଛନ୍ତି ଡେଟ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପୂର୍ବତନ ଭାଉଜ ତଥା ଅଭିନେତ୍ରୀ ରାକ୍ଷୀ ବିଜନ ପୁଣି ଥରେ ଲଭ୍ ଲାଇଫ୍‌କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ରାକ୍ଷୀ ବିଜନ ପୁଣି ଥରେ ତାଙ୍କ ବିବାହକୁ ନେଇ ପ୍ଲାନିଂ କରୁଛନ୍ତି । ଲୋକପ୍ରିୟ ଟିଭି ଅଭିନେତ୍ରୀ ରାକ୍ଷୀ ବିଜନ ଲୋକପ୍ରିୟ ଟିଭି ସୋ’ ‘ହମ୍ ପାଞ୍ଚ’ରେ ଅଭିନୟ କରିଥିବା ଚରିତ୍ର ସ୍ବିଟି ପାଇଁ ବେଶ୍ ଜଣାଶୁଣା । ସ୍ବିଟି ଚରିତ୍ର ପାଇଁ ଲୋକଙ୍କ ମନରେ ଏକ ସ୍ଥାନ ସୃଷ୍ଟି କରିଥିବା ରାକ୍ଷୀ ଏବେ ଟିଭିରେ ବେଶ୍ ସକ୍ରିୟ ଅଛନ୍ତି । ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଭାଇଙ୍କଠାରୁ ଛାଡପତ୍ର ନେବା ସେ ଏକା ରହୁଥିଲେ । ଏ ଭିତରେ ସେ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ବଡ ଖୁଲାସା କରିଛନ୍ତି । ନିଜ ବିବାହ ପାଇଁ ଯୋଜନା ବିଷୟରେ ସେ ଖୁଲାସା କରିଛନ୍ତି ।

ରାକ୍ଷୀ ୨୦୧୪ ମସିହାରେ ବଲିଉଡର ‘ମସ୍ତ ମସ୍ତ ଗର୍ଲ’ ରବୀନା ଟଣ୍ଡନଙ୍କ ଭାଇ ରାଜୀବ ଟଣ୍ଡନଙ୍କୁ ବିବାହ କରିଥିଲେ । ଉଭୟଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ନଥିଲା ।  ୨୦୧୦ ମସିହାରେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଛାଡପତ୍ରର ଏତେ ବର୍ଷ ପରେ ରାକ୍ଷୀ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ବଡ ରହସ୍ୟ ଉନ୍ମୋଚନ କରିଛନ୍ତି । ଏହାସହ ଏହା ମଧ୍ୟ କହିଛନ୍ତି ଯେ, ଛାଡପତ୍ର ପରେ ସେ କାହିଁକି କାମରୁ ବ୍ରେକ୍ ନେଇଥିଲେ ।

ସାକ୍ଷାତକାରରେ ରାକ୍ଷୀ କହିଥିଲେ, ଯେତେବେଳେ ମୋର ବିବାହ ବିଚ୍ଛେଦ ହୋଇଥିଲା ସେତେବେଳେ ଭଲ ସ୍ଥିତିରେ ନଥିଲି । ମୋତେ ସେଥିରୁ ବାହାରିବାକୁ ସମୟ ଦରକାର ଥିଲା । କୌଣସି ପ୍ରକାରର ବ୍ରେକଅପ୍ ହୃଦୟ ଭାଙ୍ଗିଲା ଭଳି ହୋଇଥାଏ । ମୁଁ ମୋର ପୂର୍ବତନ ସ୍ବାମୀ ରାଜୀବ ଟଣ୍ଡନ ଏବଂ ତାଙ୍କ ଭଉଣୀ ରବୀନା ଟଣ୍ଡନଙ୍କ ସମ୍ପର୍କ ରଖିନାହିଁ । ମୁଁ ଭାବୁଛି ଯେ ଏମିତି ପରିସ୍ଥିତିରେ ଆଗକୁ ବଢିବାର ଆବଶ୍ୟକତା ରହିଛି ।

ରାକ୍ଷୀ ତାଙ୍କ ବିବାହକୁ ନେଇ ବଡ ଖୁଲାସା କରି କହିଛନ୍ତି, ସେ ଖୁବ୍ ଶୀଘ୍ର ତାଙ୍କ ବୟଫ୍ରେଣ୍ଡ ଫରିଦ କରାଚିଓ୍ବାଲାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗତବର୍ଷ ସେ ବିବାହ କରିଥାନ୍ତେ । କିନ୍ତୁ ତାଙ୍କ ବାପାଙ୍କ ପରଲୋକ ଯୋଗୁଁ ତାଙ୍କ ବିବାହ ହୋଇପାରିନଥିଲା । ଡିସେମ୍ବର ୨୦୨୨ରେ ବୋଧହୁଏ ସେମାନେ ବିବାହ କରିବାକୁ ଯାଉଛନ୍ତି କିନ୍ତୁ କେଉଁ ମାସରେ ହେବ ତାହା ନିଷ୍ପତ୍ତି ହୋଇନାହିଁ । ଫରିଦଙ୍କୁ ସେ ଗତ ୭ବର୍ଷ ହେବ ଡେଟ୍ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com