ଓଡ଼ିଶା

ମଙ୍ଗଳବାରଠାରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାନା

ମଙ୍ଗଳବାରଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାନା ରହିଛି। ଅବପାତ ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ଥିବାବେଳେ, ଏହା ପଶ୍ଚିମ ଦିଗରେ ନିଜର ଗତି ପଥ ବଜାୟ ରଖିବା ସହ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପରେ ପରିଣତ ହେବ l ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଉତ୍ତର ଉପକୁଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହିପରି ଉତ୍ତର ଓଡ଼ିଶାର ସମସ୍ତ ୧୫ ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା- ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।  ଅନ୍ୟପକ୍ଷେ, ୨୦୨୨, ଜୁନ୍‌ ୧ରୁ ଅଗଷ୍ଟ ୨୨ ମଧ୍ୟରେ  ରାଜ୍ୟରେ ୯୪୧.୯ ମି.ମି. ବର୍ଷା ରେକର୍ଡ କରାଯାଇଛି। ଯାହାକି ସ୍ୱାଭାବିକ ବର୍ଷା ୮୨୨.୯ ମି.ମି. ତୁଳନାରେ ୧୪% ଅଧିକ ରହିଛି।  ଦେବଗଡ, ଢେଙ୍କାନାଳ, ନୟାଗଡ, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com