ସ୍ୱାସ୍ଥ୍ୟ

ରାହୁଲ ଦ୍ରାବିଡ କରୋନା ସଂକ୍ରମିତ

ନୂଆଦିଲ୍ଲୀ, ୨୩/୦୮/୨୦୨୨-   ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଯିବେ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଇଛି । କାରଣ ରିପୋର୍ଟ ନେଗେଟିଭ ନ ଆସିବା ପର୍ଯ୍ୟନ୍ତ ଦଳ ସହ ଯୋଗ ଦେଇ ପାରିବେନି ରାହୁଲ । ଏଭଳି ସ୍ଥିତିରେ ତାଙ୍କ ବଦଳରେ ଦଳର ପ୍ରଶିକ୍ଷଣ ଦାୟିତ୍ୱ  କିଏ ସମ୍ଭାଳିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ତେବେ ଭି.ଭି.ଏସ ଲକ୍ଷ୍ମଣଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିବାର ସମ୍ଭାବନା ଦେଖା ଦେଇଛି । କାରଣ ସଦ୍ୟ ସମାପ୍ତ ହୋଇଥିବା ଜିମ୍ବାୱେ ଶୃଙ୍ଖଳାରେ ସେ ପ୍ରଶିକ୍ଷକ ଭାବେ ରହିଥିଲେ । ଏସିଆ କପ ପାଇଁ ଭାରତୀୟ ଦଳ ମଙ୍ଗଳବାର ୟୁଏଇ ଅଭିମୁଖେ ଯାତ୍ରା କରିବ । ଆସନ୍ତା ୨୭ରେ ଏସିଆ କପ୍ ଆରମ୍ଭ ହେବାକୁ ଥିବା ବେଳେ ୨୮ରେ ପାକିସ୍ତାନ ବିପକ୍ଷରେ ଭାରତ ତାର ଏସିଆ କପ୍ ଅଭିଯାନ ଆରମ୍ଭ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com