ଜାତୀୟ

ବାପି ଲାହିରିଙ୍କୁ ଭେଟି ପାରିଲିନେ ବୋଲି ମନରେ ରହିଗଲା ଦୁଃଖ, ଆଶା କହିଲେ ୧୦ ଦିନରେ ଚାଲିଗଲେ ମୋର ଅତି ପ୍ରିୟ ମଣିଷ

ମୁମ୍ୱାଇ() କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ମୃତ୍ୟୁର ଦୁଃଖରୁ ଲୋକେ ବାହାରି ପାରିନଥିବାବେଳେ ହଠାତ୍ ଫେବୃୟାରୀ ୧୬ ଅର୍ଥାତ୍ ବୁଧବାର ପ୍ରାଣ ହରାଇଲେ ଆଉ ଜଣେ ଦିଗ୍ଗଜ । ବଲିଉଡର ଡିସ୍କୋ କିଙ୍ଗ ବାପି ଲାହିରିଙ୍କ ହୃଦଘାତରେ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ତେବେ ତାଙ୍କ ବିୟୋଗରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି

ବଲିଉଡ ନୁହେଁ ସାରା ଦେଶର ଲୋକେ ପପ୍ ବାଦଶାହାଙ୍କୁ ହରାଇ ଦୁଃଖୀ । ବୁଧବାର, ସଂଗୀତ ଶିଳ୍ପ ସହିତ ଜଡିତ ଅନେକ ଭେଟେରାନ୍ ତାଙ୍କର ଶେଷ ସମ୍ମାନ ଜଣାଇବା ପାଇଁ ବାପି ଲାହିରିଙ୍କ ବାସଭବନରେ ପହଞ୍ଚିଥିଲେ । ଲତା ଦିଦିଙ୍କ ମୃତ୍ୟୁର ୧୦ ଦିନ ପରେ ଏହି ଖବର ପାଇବା ପରେ ବିଶେଷ କରି ଆଶା ଭୋସଲେ ଗଭୀର ଦୁଃଖିତ ହୋଇଛନ୍ତି ।

ଏକ ଆଲୋଚନାରେ ଆଶା କହିଛନ୍ତି ୧୦ ଦିନ ବି ହୋଇନାହିଁ । ଉଭୟ ଭେଟେରାନ ଆମକୁ ଏମିତି ଛାଡି ଚାଲିଗଲେ । ସେ କହିଥିଲେ, ‘ମୁଁ ବାପି ଦାଙ୍କୁ ଭେଟିବାକୁ ଚାହୁଁଥିଲି । ମୁଁ ଡ୍ରାଇଭରକୁ ଅନେକ ଥର କହିଥିଲି ଯେ ମୋତେ ବାପିଙ୍କୁ ଭେଟିବାକୁ ନେଇଯିବାକୁ । କିନ୍ତୁ, ସେ ମନା କରିଥିଲେ. କହିଥିଲେ ଏବେ କରୋନା ସମୟ ଯଦି କିଛି ହୁଏ ତେବେ ଲୋକେ ଆପଣଙ୍କକୁ ବଦନାମ କରିବେ। ସେ ଭୟରେ ମୁଁ ଭେଟିବାକୁ ଯାଇପାରିଲିନି ।

କିନ୍ତୁ ମୁଁ କହିଲି – ମୋତେ କିଛି ହୋଇନି । ତା’ହେଲେ ତାଙ୍କୁ କିପରି ହେବ? କାହା ସହିତ କିଛି ଘଟେ କି ନାହିଁ, କିନ୍ତୁ ଏହି ସମୟରେ କେହି କାହାର ଘରକୁ ଯିବା ଉଚିତ୍ ନୁହେଁ । କିଛି ଘଟୁ କି ନଘଟୁ । ଏହା ପରେ ଆଶା କହିଥିଲେ। ମୋତେ ଡ୍ରାଇଭର ବୁଝାଇଥିଲା ଆଉ ମୁଁ ବି ବୁଝିଗଲି । ହେଲେ ଆଜିଜାଣିଲି ସେ ଚାଲିଗଲେ । ଏହା ବହୁତ ଦୁଃଖ ଖବର ଯେ, ସେ ଚାଲିଗଲେ । ସବୁଠୁ ବଡ କଥା ହେଲା ବାପି ଥିଲେ ବହୁତ ଖୁସ ମିଜାଜର । ସଦାସର୍ବଦା ତାଙ୍କ ମୁହଁରେ ହସ ଥାଏ ବୋଲି କହି ଦୁଃଖିତ ହୋଇପଡିଛନ୍ତି ଆଶା ଭୋସଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com