ଓଡ଼ିଶା

ଚୋରା ଚାଲାଣ ବେଳେ ୧୫୫ ବୋତଲ କଫ୍‌ସିରପ ଏବଂ ୩୦ଟି ନିଶା ବଟିକା ଜବତ, ଜଣେ ଗିରଫ

ଖପ୍ରାଖୋଲ() ଖପ୍ରାଖୋଲ ପୁଲିସ ପଞ୍ଝାରେ କଫ୍‌ସିରପ ମାଫିଆ। ବାଞ୍ଜିପାଲିରୁ ସାନଉଡେନ ଯିବା ରାସ୍ତାରେ ଚଢାଉ କରି ୧୫୫ ବୋତଲ କଫ୍‌ସିରପ ୩୦ଟି ନିଶା ବଟିକା ଜବତ କଲା ପାଟଣାଗଡ଼ ଖପ୍ରାଖୋଲ ପୋଲିସ। ଏହା ସହ କଫ୍‌ସିରପ ମାଫିଆ ସୁକୁମାର ଭୋଇକୁ ଗିରଫ କରିଛି ପୋଲିସ।

ସୂଚନାନୁଯାୟୀ, ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ନିଶା କାରବାର କମିଯାଇଥିବା ବେଳେ କିଛିଦିନର ନୀରବତା ପରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ନିଶା ମାଫିଆ।

ବୁଧବାର ରାତିରେ ଏନେଇ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଓଆଇସି ରମାକାନ୍ତ ସାହୁଙ୍କ ନେତୃତ୍ୱରେ ବାଞ୍ଜିପାଲିରୁ ସାନଉଡେନ ଯିବା ରାସ୍ତାରେ ଚଢାଉ କରିଥିଲେ। ଏହି ସମୟରେ ଜୁରିଆ ପଟରୁ ଆସୁଥିବା ଏକ ପ୍ୟାସନ ପ୍ରୋ ବାଇକ ନଂ OR03G-5207 ସହ ବେଆଇନ ଚାଲାଣ ହେଉଥିବା ୧୫୫ ବୋତଲ କଫ୍‌ସିରପ, ୩୦ଟି ନିଶା ବଟିକା, ଗୋଟିଏ ମୋବାଇଲ ଏବଂ ପନ୍ଦରଶହ ଟଙ୍କା ସମେତ ଚାଲାଣକାରୀ ସୁକୁମାର ଭୋଇକୁ ପୁଲିସ ଗିରଫ କରିଛି l

ଧଣ୍ଡାମୁଣ୍ଡା ଗ୍ରାମର ସୁକୁମାର ଭୋଇ ବହୁ ଦିନରୁ ନିଶା କାରବାରରେ ଲିପ୍ତ ରହି ପୁଲିସକୁ ଚକମା ଦେଇ ଆସୁଥିଲା। ତେବେ ସୁକୁମାରକୁ କାବୁ କରିବାରେ ସଫଳ ହୋଇଛି ଖପ୍ରାଖୋଲ ପୋଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com