ବାଣିଜ୍ୟ

ବିଜେପି ରାଜ୍ୟ ସଂଯୋଜକଙ୍କ ପକ୍ଷରୁ ଯକୃତ ରୋଗୀ କୃଷ୍ଣଚନ୍ଦ୍ର ଭୂୟାଁଙ୍କୁ ଆର୍ଥିକ ସହାୟତା ପ୍ରଦାନ

ବ୍ରହ୍ମପୁର, ୨୫ /୦୮/୨୦୨୨–   ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର କୃଷ୍ଣଚନ୍ଦ୍ର ଭୂୟାଁ ଯକୃତ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦ ସ୍ଥିତ ଏ.ଆଇ.ଜି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବା ମୁତାବକ କୃଷ୍ଣଙ୍କ ସୁସ୍ଥ ହେବାର ଏକ ମାତ୍ର ମାଧ୍ୟମ ହେଉଛି ଯକୃତ ପ୍ରତିରୋପଣ । ଏ ନେଇ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଖର୍ଚ୍ଚ କରି ଯକୃତ ପ୍ରତିରୋପଣ କରିବା କୃଷ୍ଣଙ୍କ ପରିବାର ପକ୍ଷରେ ସମ୍ଭବପର ନୁହେଁ । ଏ ନେଇ ସେ ସହାୟତା ପାଇଁ ନିବେଦନ କରିଥିଲେ ।
ଖବର ପାଇ ବିଜେପି ରାଜ୍ୟ ସଂଯୋଜକ ପ୍ରତାପ କୁମାର ନାୟକ କୃଷ୍ଣଙ୍କ ଗାଁକୁ ଆସି ତାଙ୍କ ପରିବାର ବର୍ଗଙ୍କୁ ଭେଟି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ କୃଷ୍ଣଙ୍କ ବାପାଙ୍କ ସହିତ ତାଙ୍କ ପୁଅର ସ୍ୱାସ୍ଥ୍ୟଅବସ୍ଥା ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ସହାୟତା କରିବେ ବୋଲି କହିଛନ୍ତି । ଏଥିରେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ, ବିଜେପି ନେତା ନାରାୟଣ ସୁମନ୍ତରାୟ, ପ୍ରମୋଦ କୁମାର ଭୂୟାଁ, ଚନ୍ଦ୍ରମଣି ଗୌଡ, ନାରାୟଣ ପ୍ରଧାନ ସମେତ ଅନ୍ୟ ବିଜେପି ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com