ଅବକାରୀ ଗୋଇନ୍ଦା ବିଭାଗର ଅତର୍କିତ ଚଢ଼ଉ, ୧୨୦ କେଜି ଗଞ୍ଜେଇ ସହ ୨ ଗିରଫ
![](https://i0.wp.com/odia.mobilenews24x7.com/wp-content/uploads/2022/08/WhatsApp-Image-2022-08-28-at-10.20.22-AM-1.jpeg?resize=750%2C430&ssl=1)
ବ୍ରହ୍ମପୁର : ୨୮/୦୮ ବ୍ରହ୍ମପୁର ଅବକାରୀ ହାତରେ ପଡିଛି ୨ ଗଞ୍ଜେଇ ମାଫିଆ । ଫାଷ୍ଟଗେଟ୍ ନିକଟରେ ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ସଫାରୀ କାର ଏବଂ ଦୁଇ ବ୍ୟବସାୟୀ କୁ ଗିରଫ କରିଛି ଅବକାରୀ ବିଭାଗ । ସେମାନେ ହେଲେ ଉଣେଶ ମେହୂବ ଏସକେ ଏବଂ ଶହିଦ ଶାକିଲି l ସୂଚନା ଥାଉକି ଅବକାରୀ କନେଷ୍ଟବଳ ସୁଶାନ୍ତ ମାହାକୁଡ଼ ବିଶେଷ ସୂତ୍ର ରୁ ଖବର ପାଇ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ଙ୍କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବିଷୟ ରେ ଜଣାଇଥିଲେ ଯାହାକୁ ଭିତ୍ତି କରି ସାଧା ପୋଷାକରେ ଛକି ରହିଥିବା ଅବକାରୀ ବିଭାଗ ଡେଙ୍ଗାଓସ୍ଥା ଠାରୁ ପିଛା କରି ବ୍ରହ୍ମପୁର ଫାଷ୍ଟଗେଟ ଠାରେ ଗାଡି ଟିକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଅଧିକ ପଚରଉଚରା ପରେ ଜାଣିବାକୁ ପାଇଥିଲେ ଏହି ସମସ୍ତ ଗଞ୍ଜେଇ ମୋହନା ରୁ ମହାରାଷ୍ଟ୍ର କୁ ଚାଲାଣ ହେବାକୁ ଯାଉଥିଲା । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବା ସହ ଜବତ ଗାଡି ର ମୂଲ୍ୟ ୮ଲକ୍ଷ ହେବ ବୋଲି ଜଣା ପଡ଼ିଛି । ସମସ୍ତ ଗଞ୍ଜେଇ ଓ କାର କୁ ଜବତ କରିବା ସହ ଦୁଇ ମାଫିଆ ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅବକାରୀ ଗୁଇନ୍ଦା ବିଭାଗ ।